ଏତେ ବେପରୁଆ ଡ୍ରାଇଭର! ବିନା ଟାୟାରରେ ୧୨ କିମି ଡ୍ରାଇଭିଂ କରି ପଥଚାରୀଙ୍କୁ ପିଟିଲା କାର

You are currently viewing ଏତେ ବେପରୁଆ ଡ୍ରାଇଭର!  ବିନା ଟାୟାରରେ ୧୨ କିମି ଡ୍ରାଇଭିଂ କରି ପଥଚାରୀଙ୍କୁ ପିଟିଲା କାର

ପାଳଲହଡ଼ା: ବିନା ଟାୟାରରେ ଏକ କାର ୧୨ କିମି ଚାଲି ଦୁଇ ଦୁଇଟି ଦୁର୍ଘଟଣା ଘଟାଇଛି। ଆଜି ପାଳଲହଡ଼ା ଅଞ୍ଚଳରେ ଏଭଳି ଘଟଣା ସାମ୍ନାକୁ ଆସିଛି।

ସୂଚନା ଅନୁସାରେ, ବାରକୋଟରୁ ପାଳଲହଡ଼ା ଅଭିମୁଖେ ଆସୁଥିବା ଏକ ଡିଜାୟାର କାର (OD14Z8844) ର ଡାହାଣ ପଟ ଆଗ ଚକ ଏବଂ ବାମ ପାଖ ପଛ ଟାୟାର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ତାହା ଜାଣି ମଧ୍ୟ ଡ୍ରାଇଭର ଉକ୍ତ ଗାଡ଼ି ଚଳାଉଥିଲେ। କିନ୍ତୁ ଭାରସାମ୍ୟ ହରାଇ କାରଟି ବାରକୋଟ ଥାନା ଗୋଳାବନ୍ଧ ପାଖରେ ଏକ ସାଇକେଲ ଆରୋହୀକୁ ଧକ୍କା ଦେଇ ସାମନ୍ତ ସାହିରେ ଅଟକି ଯାଇଥିଲା। ବେପରୁଆ ଗାଡି ଚାଳନା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି କାରକୁ ଜବତ କରିବା ସହିତ କାରରେ ଥିବା ଲୋକଙ୍କୁ ପଚରାଉଚରା ଚଳାଇଛି।

ପୋଲିସ ମୁତାବକ, ରାଉରକେଲାର ଚାରି ଜଣ ବନ୍ଧୁ କାରରେ ପୁରୀ ଯିବା ବେଳେ ଆଗ ଚକର ଟାୟାର ଫାଟି ଯାଇଥିଲା ଏବଂ ଭାରସାମ୍ଯ ହରାଇ ଜଣେ ସାଇକେଲ ଆରୋହୀଙ୍କୁ ଧକ୍କା ଦେବାରୁ ସାଇକେଲ ଆରୋହୀ ଆହତ ହୋଇଥିଲେ। ସ୍ଥାନୀୟ ବାସିନ୍ଦା ଗାଡିର ପିଛା କରିବାରୁ ଡ୍ରାଇଭର୍ ବିନା ଟାୟାରରେ ଗାଡିକୁ ଦ୍ରୁତ ଗତିରେ ନେବା ଫଳରେ ପଛ ଚକାର ଟାୟାର ମଧ୍ଯ ଫାଟି ଯାଇଥିଲା। ପଛରେ ପିଛା କରୁଥିବାରୁ ଡ୍ରାଇଭର଼୍ ପାଳଲହଡ଼ା ସାମନ୍ତ ସାହି ଭିତରେ ଗାଡିକୁ ଭର୍ତ୍ତି କରିଥିଲେ। ମାତ୍ର ରାସ୍ତାରେ ବ୍ୟାରିକେଡ ଥିବାରୁ ଗାଡ଼ି ଅଟକି ଯାଇଥିଲା। ଖବର ପାଇ ପାଳଲହଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଜବତ କରି ଗାଡି ଚାଳକଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।

Share

Leave a Reply