କୋର୍ଟର କଣ୍ଟେନମେଣ୍ଟ ଅବଧି ବଢିଲା

0

ଅନୁଗୁଳ: କୋର୍ଟର କିଛି କର୍ମଚାରୀ କରୋନା ସଂକ୍ରମିତ ହେବା ପରେ ଅନୁଗୁଳ କୋର୍ଟକୁ କଣ୍ଟେନମେଣ୍ଟ କରାଯାଇଥିଲା। ଗତ ୧୮ ତାରିଖଠାରୁ ୨୪ ତାରିଖ ପର୍ଯ୍ୟନ୍ତ ଅଦାଲତ କଣ୍ଟେନମେଣ୍ଟ ଭିତରେ ରହିବ ବୋଲି କୁହାଯାଇଥିଲା। କିନ୍ତୁ କୋଭିଡ ସଂକ୍ରମଣ ସ୍ଥିତିରେ ସୁଧାର ନ ଆସିବାରୁ କଣ୍ଟେନମେଣ୍ଟ ଅବଧିକୁ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏଥିନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ଚିଠି କରାଯାଇଛି। ଏହି ସମୟ ଭିତରେ କୋର୍ଟକୁ ବାହାର ଲୋକଙ୍କ ପ୍ରବେଶ ସମ୍ପୂର୍ଣ୍ଣ ବାରଣ କରାଯାଇଛି। କୋର୍ଟ କାର୍ଯ୍ୟ ବନ୍ଦ ରହିଥିଲାବେଳେ ଏହା ଭିତରେ କୋର୍ଟକୁ ବିଶୋଧନ କରାଯିବ । ପରେ ପୁଣି କୋର୍ଟ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ସୂଚନା ଅନୁସାରେ, କୋର୍ଟରେ କାମ କରୁଥିବା ଏକାଧିକ କର୍ମଚାରୀଙ୍କ କରୋନା ପଜିଟିଭ ବାହାରିବା ପରେ ପ୍ରଶାସନ ପକ୍ଷରୁ କୋର୍ଟ ପରିସରକୁ କଣ୍ଟେନମେଣ୍ଟ କରାଯାଇଥିଲା।

online coaching

Leave A Reply

Your email address will not be published.