ସୁଲେଇପାଳରେ ଦମ୍ପତିଙ୍କୁ ପ୍ରାଣନ୍ତକ ଆକ୍ରମଣ ଘଟଣା…

You are currently viewing ସୁଲେଇପାଳରେ ଦମ୍ପତିଙ୍କୁ ପ୍ରାଣନ୍ତକ ଆକ୍ରମଣ ଘଟଣା…

ଅନୁଗୁଳ ( Jugal Kishore Sahoo): ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ସୁଲେଇପାଳ ଗ୍ରାମରେ ସ୍ବାମୀ ଓ ସ୍ତ୍ରୀଙ୍କୁ ପ୍ରାଣନ୍ତକ ଆକ୍ରମଣ ଘଟଣାରେ ଫେରାର ଥିବା ସେହି ଗ୍ରାମର ଅଭିଯୁକ୍ତ ଦାଣ୍ଡୁଆ ଗୋଛାୟତକୁ ପୁଲିସ୍ ଗିରଫ କରି ମଙ୍ଗଳବାର ଅଦାଲତ ଚାଲାଣ କରିଛି । ତେବେ ପୂର୍ବରୁ ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତ ଚଗଲା ଗୋଛାୟତ ଓ ପି. ଗୋଛାଦୟପକୁ ପୁଲିସ୍ ପକ୍ଷରୁ କୋର୍ଟଚାଲାଣ କରାଯାଇଥିଲା । ଘଟଣା ଘଟାଇ ଅଭିଯୁକ୍ତ ଦଣ୍ଡୁଆ ଫେରାର ହୋଇଯାଇଥିଲା । ମଙ୍ଗଳବାର ପୁଲିସ୍‌ ବିଶେଷ ସୂତ୍ରରୁ ଫେରାର ଅଭିଯୁକ୍ତ ସୁଲେପାଳ ଗାଁକୁ ଆସିବାର ସୂଚନା ପାଇ ଚଢ଼ାଉ କରି ଦଣ୍ଡୁଆ କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ପ୍ରକାଶ ଥାଉକି, ସଂପୃକ୍ତ ତିନି ଜଣ ଅଭିଯୁକ୍ତ ସଂଘବଦ୍ଧ ହୋଇ ସୁଲେଇପାଳ ଗ୍ରାମର ଦାମ୍ପତି ମାୟା ଗୋଛାୟତ ଓ ବାଇକୁଳି ଗୋଛାୟତଙ୍କୁ ପ୍ରାଣନ୍ତକ ଆକ୍ରମଣ କରିଥିଲେ । ଏନେଇ ୧୭ଅଗଷ୍ଟରେ ମାୟା ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍‌ ପକ୍ଷରୁ ମାମଲା ରୁଜୁ କରାଯାଇଥିବା ଥାନା ଆଇଆଇସିଙ୍କ ସତ୍ରରୁ ପ୍ରକାଶ।

Share

Leave a Reply