୭ ଦିନ ପରେ ଗାଁକୁ ଫେରିଲା ଦୁର୍ଘଟଣାରେ ମୃତ ଶ୍ରମିକଙ୍କ ଶବ, ଓଡ଼ିଶା ଓ କେରଳ ସରକାରଙ୍କୁ ଧନ୍ୟବାଦ ଦେଲେ ପରିବାର ବର୍ଗ

You are currently viewing ୭ ଦିନ ପରେ ଗାଁକୁ ଫେରିଲା ଦୁର୍ଘଟଣାରେ ମୃତ ଶ୍ରମିକଙ୍କ ଶବ, ଓଡ଼ିଶା ଓ କେରଳ ସରକାରଙ୍କୁ ଧନ୍ୟବାଦ ଦେଲେ ପରିବାର ବର୍ଗ

ଆଠମଲ୍ଲିକ: ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦ ୯ ନମ୍ବର ୱାର୍ଡ ବାସିନ୍ଦା ପାଣୁ କଉଡ଼ିଙ୍କ ପୁଅ ଅଭିଳାଷ କଉଡି (୩୦)ଙ୍କ ମୃତ ଦେହ କେରଳରୁ ଓଡ଼ିଶା ଆସିଛି। ଉଭୟ କେରଳ ଓ ଓଡ଼ିଶା ସରକାରଙ୍କ ସହଯୋଗରେ ଦାଦନ ଖଟିବାକୁ ଯାଇଥିବା ଅଭିଳାଷର ମୃତ ଦେହ ଗାଁକୁ ଫେରିଛି।
ସୂଚନାଯୋଗ୍ୟ ଯେ ଗତ ୧ ତାରିଖ ଦିନ କେରଳରେ ଏକ ଦୁର୍ଘଟଣାରେ ଅଭିଳାଷଙ୍କ ମୃତ୍ୟୁ ଘଟିଥିବା ବେଳେ ଓଡ଼ିଶାକୁ ମୃତ ଦେହ ଆଣିବାରେ ସମସ୍ୟା ଉପୁଜିଥିଲା।

ଗତ ୭ ତାରିଖ ଅପରାହ୍ନରେ ଅଭିଳାଷଙ୍କ ମୃତଦେହ ଏୟାରଲିଫଟିଂ ହୋଇ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲା। ସେଠାରୁ ଅନୁଗୁଳ ଜିଲ୍ଲା ଶ୍ରମ ଅଧିକାରୀ ଗାଗରାଇ ଓ ସହକାରୀ ଶ୍ରମ ଅଧିକାରୀ ଦେବପ୍ରସାଦ ମହାନ୍ତି ଆମ୍ବୁଲାନ୍ସ ଯୋଗେ ଅଭିଳାଷଙ୍କ ମରଶରୀରକୁ ଆଠମଲ୍ଲିକକୁ ଆଣିଥିଲେ।

ଅପରାହ୍ନରେ ଆଠମଲ୍ଲିକଠାରେ ମୃତଦେହ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ଅତିରିକ୍ତ ତହସିଲଦାର ପ୍ରଭାତ ରଞ୍ଜନ ବିଶ୍ୱାଳ, ସହକାରୀ ଜିଲ୍ଲାପାଳ ସୁଜିତ ଭୋଇ, ଏନଏସି ଅଧ୍ୟକ୍ଷା ଆଶାକୁମାରୀ ସାହୁ, ଉପାଧ୍ୟକ୍ଷ ଗଦାଧର ସ୍ୱାଇଁ, ସ୍ବେଚ୍ଛାସେବୀ ବିନୟ କୁମାର ପଟ୍ଟନାୟକ, ଜ୍ୟୋତିଷ ରାୟ ଓ ଓକିଲ ସଂଘ ସଭାପତି ସୁଶାନ୍ତ କୁମାର ମହାପାତ୍ର ପରିବାର ଲୋକଙ୍କୁ ମରାଶରୀର ହସ୍ତାନ୍ତର କରିଥିଲେ। ପରେ ଘର ଲୋକଙ୍କ ଉପସ୍ଥିତିରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ଜଣାଯାଇଛି।

Share

Leave a Reply