ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ପୁଲିସ ଦେଶୀମଦ ଚୋରା ଚାଲାଣ ଅଭିଯୋଗରେ ଗୁରୁବାର ୨ ଜଣଙ୍କୁ ଗିରଫକରିଛି। ସୂଚନା ଯେ, ଗୁରୁବାର ମୋଟର ଯାନ ଯାଞ୍ଚ ବେଳେ ଏକ ବାଇକରେ ୩୦ ଲିଟର ଦେଶୀମଦ ନେଇ ତାଳଚେର ଥାନା ଅନ୍ତର୍ଗତ କନ୍ଧବେରେଣୀ ଗାଁର ପବିତ୍ର ସାହୁ(୩୫) ଓ ଯୋରାଗାଡ଼ିଆ ଗାଁର ବିଶ୍ବନାଥ ବେହେରା ଧରପଡ଼ିଥିଲେ। ଏ ନେଇ ପୁଲିସ ଏକ ମାମଲା ରୁଜୁକରି ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।
1
f600b249-5c54-442c-a949-d6bc81000fab