ଅନୁଗୁଳ: ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ ଆନୁକୂଲ୍ୟରେ ଆସନ୍ତା ୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଦଶମ ସର୍ବଭାରତୀୟ ହେମସୁରପଡ଼ା କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଟାଉନ ହାଇସ୍କୁଲ ଖେଳପଡ଼ିଆରେ ଖେଳାଯିବାକୁ ଥିବା ଏହି ମେଗା ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ଭାଗ ନେବେ। ୮ଟି ଯାକ ଟାଣୁଆ ଦଳକୁ ୨ଟି ଗ୍ରୁପରେ ଭାଗ କରାଯାଇଛି। ଗ୍ରୁପ ଏ’ରେ ଅନୁଗୁଳର ମା’ ବୁଢୀ ଫୁଟବଲ୍ କ୍ଳବ୍, ନାଲକୋ ଜୁନିୟର ଫୁଟବଲ୍ କ୍ଲବ, ଢେଙ୍କାନାଳର ଏମ୍ଏମ୍ଏଫସି ଓ ରାଉରକେଲା ଦଳକୁ ସ୍ଥାନ ମିଳିଛି। ସେହିପରି ଗ୍ରୁପ ବି’ରେ ଆଠମଲ୍ଲିକ ଆଥଲେଟିକ୍ ଆସୋସିଏସନ୍, କଟକର ବଡ଼ମ୍ବା, କୁଚିଣ୍ଡା ବିଏଫସି ଓ ରାୟପୁର ଆଥଲେଟିକ୍ ଚାମ୍ପିଅନ୍ ଏସି ରହିଛନ୍ତି । ସମସ୍ତ ମ୍ୟାଟ୍ ନିକଆଉଟ୍ ପଦ୍ଧତିରେ ଖେଳାଯିବ। ପ୍ରତି ମ୍ୟାଚ୍ ଅପରାହ୍ନ ୨ଟାରୁ ଆରମ୍ଭ ହେଉଥିବା ବେଳେ ୧୪ ତାରିଖରେ ଗ୍ରାଣ୍ଡ ଫାଇନାଲ୍ ଅନୁଷ୍ଠିତ ହେବ। ଟୁର୍ଣ୍ଣାମେଣ୍ଟରେ ଆକର୍ଷଣୀୟ ପୁରସ୍କାର ରାଶି ରହିଛି। ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
୭ରୁ ସର୍ବଭାରତୀୟ ହେମସୁରପଡ଼ା କପ୍ ଫୁଟବଲ୍
- Post published:March 6, 2021
- Post category:କ୍ରୀଡ଼ା
- Post comments:0 Comments
- Post author:Biswaranjan Pattnaik
