ମା’ ଓ ପୁଅକୁ ମାଡ଼ ମାରିବା ନେଇ ଅଭିଯୋଗ, ଥାନାରେ ମାମଲା

You are currently viewing ମା’ ଓ ପୁଅକୁ ମାଡ଼ ମାରିବା ନେଇ ଅଭିଯୋଗ, ଥାନାରେ ମାମଲା

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଲିପଟ୍ଟା ଗ୍ରାମରେ ୨ ଜଣ ବ୍ୟକ୍ତି ମା’ ଓ ପୁଅକୁ ମାଡ଼ ମାରିବା ନେଇ ମଙ୍ଗଳବାର ଛେଣ୍ଡିପଦା ଥାନାରେ ଅଭିଯୋଗ ହୋଇଛି।

ସୂଚନା ମୁତାବକ, ବାଲିପଟ୍ଟାର ନର୍ମଦା ପ୍ରଧାନଙ୍କ ପୁଅ ସନାକର ପ୍ରଧାନ ସନ୍ଧ୍ୟା ୮ଟାରେ ଦୋକାନକୁ ବରା ଆଣିବା ପାଇଁ ଯାଇଥିଲେ। ସେହି ସମୟରେ ଗାଁର ବନମାଳୀ ବେହେରା ଓ ଚିତ୍ତରଞ୍ଜନ ବେହେରା ଉଭୟେ ମିଶି ସନାକରକୁ ଢାବା ଭିତରକୁ ଡାକି ଗୋଡ଼ ହାତ ବାନ୍ଧି ଗୋଇଠା ମାରି ଠେଙ୍ଗାରେ ବାଡ଼େଇ ଆହତ କରିଥିଲେ। ଏହା ଦେଖି ଜଣେ ବ୍ୟକ୍ତି ସନାକରଙ୍କ ପରିବାରଙ୍କୁ ଖବର ଦେଇଥିଲେ।

ଖବର ପାଇ ସନାକରଙ୍କ ମା’ ନର୍ମଦା ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଅକୁ ବଞ୍ଚାଇବାକୁ ନର୍ମଦା ଯିବାରୁ ବନମାଳୀ ଓ ଚିତ୍ତରଞ୍ଜନ ତାଙ୍କ ଲୁଗାପଟା ଚିରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏ ନେଇ ନର୍ମଦା ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଛେଣ୍ଡିପଦା ପୋଲିସ କେସ ନଂ ୨୯୦/୨୩ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Share

Leave a Reply