ଜମିରେ ଗୋରୁ ପଶିଯିବାରୁ ଗଣ୍ଡଗୋଳ, ମାଲିକଙ୍କ ଟାଙ୍ଗିଆ ଆକ୍ରମଣରେ ଗାଈ ଜଗୁଆଳୀଙ୍କ ଭାଙ୍ଗିଲା ହାତ

You are currently viewing ଜମିରେ ଗୋରୁ ପଶିଯିବାରୁ ଗଣ୍ଡଗୋଳ, ମାଲିକଙ୍କ ଟାଙ୍ଗିଆ ଆକ୍ରମଣରେ ଗାଈ ଜଗୁଆଳୀଙ୍କ ଭାଙ୍ଗିଲା ହାତ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ସନ୍ତରାବନ୍ଧ ଗ୍ରାମରେ ଏକ ପଡ଼ିଆ ଜମିକୁ ଗୋରୁ ପଶିଯିବାକୁ କେନ୍ଦ୍ରକରି ମାଡିପିଟ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।

ଘଟଣାରୁ ପ୍ରକାଶ ଯେ ସନ୍ତରାବନ୍ଧ ଗ୍ରାମର ବିଜୁ ସାହୁ ମଙ୍ଗଳବାର ଅପରାହ୍ନ ୨ଟାରେ ଗୋରୁ ଚରାଇବାକୁ ଯାଉଥିଲେ। ତାଙ୍କର ଏକ ଗୋରୁ ରାସ୍ତା କଡରେ ଥିବା ପଡିଆ ଜମିକୁ ଚାଲିଯାଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଉକ୍ତ ଗ୍ରାମର ଲକ୍ଷ୍ମଣ ଦାଶ ହଠାତ ଦୌଡି ଆସି ବିଜୁଙ୍କୁ ଗାଳି ଗୁଳଜ କରି ଜୀବନରେ ମାରିଦେବା ପାଇଁ ଏକ ଟାଙ୍ଗିଆ ବେଣ୍ଟରେ ବାଡେଇବାରୁ ତାଙ୍କର ବାମ ହାତ ଭାଙ୍ଗିଯାଇଛି। ପରେ ବିଜୁ ଛେଣ୍ଡିପଦାର ଏକ ଘରୋଇ ନର୍ସିଂହୋମରେ ଚିକିତ୍ସିତ ହେବା ପରେ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ଛେଣ୍ଡିପଦା ଥାନାରେ କେସ ନଂ ୩୨୦/୨୩ରେ ଏକ ମାମଲା ରୁୁଜୁ ହୋଇଛି।

Share

Leave a Reply