ନାବାଳିକାକୁ ଅପହରଣ ଅଭିଯୋଗ, ଯୁବକ ଗିରଫ

You are currently viewing ନାବାଳିକାକୁ ଅପହରଣ ଅଭିଯୋଗ, ଯୁବକ ଗିରଫ

 

କଣିହାଁ : ନାବଳିକାକୁ ଅପହରଣ ଅଭିଯୋଗରେ ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଏନଟିପିସି ଟାଉନ ଥାନା ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି।

ଥାନା ଆଇଆଇସି ସନ୍ତୋଷ କୁମାର ସେଠିଙ୍କ ସୂଚନା ମୁତାବକ, କଣିହାଁ ଥାନା ଅଞ୍ଚଳର ରାଜେଶ ବେହେରା ଏନଟିପିସି ଥାନା ଅଞ୍ଚଳର ଜଣେ ନାବାଳିକାକୁ ଚଳିତ ମାସ ୫ ତାରିଖରେ ପ୍ରେମ ପ୍ରତାରଣା କରି ଅପହରଣ କରିଥିଲେ। ଅଭିଯୋଗ ପରେ ପୋଲିସ ତଦନ୍ତ କରି ଅପହୃତାଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏଥିସହ ଅପହରଣକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Share

Leave a Reply