ଆମ୍ବମୁଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ: ଶିଶୁ ମନ୍ଦିର ଏକ ସାମାଜିକ ଆଦର୍ଶ ଚେତନା କେନ୍ଦ୍ର ସହ ମଣିଷ ତିଆରି କାରଖାନା: ରୁଦ୍ର ନାରାୟଣ ପାଣି

You are currently viewing ଆମ୍ବମୁଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ: ଶିଶୁ ମନ୍ଦିର ଏକ ସାମାଜିକ ଆଦର୍ଶ ଚେତନା କେନ୍ଦ୍ର ସହ ମଣିଷ ତିଆରି କାରଖାନା: ରୁଦ୍ର ନାରାୟଣ ପାଣି

ତାଳଚେର: ମଙ୍ଗଳବାରଦିନ ଅପରାହ୍ନରେ ଆମ୍ବମୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ୨୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ସାଂସଦ ରୁଦ୍ରପାଣି ମୁଖ୍ୟବକ୍ତା ଭାବେ ବିଦ୍ୟାଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନର ପୂର୍ବକ୍ଷେତ୍ରର ସହମନ୍ତ୍ରୀ ହେମନ୍ତ ପାଣିଗ୍ରାହୀ, ମୁଖ୍ୟ ପ୍ରଶାସକ ପ୍ରତାପ ଚନ୍ଦ୍ର ଦେହୁରୀ ମଞ୍ଚାସୀନ ଥିଲେ। ପ୍ରଧାନ ଅଚର୍ଯ୍ୟ ମାୟାଧର ସାହୁ ଅତିଥି ମାନଙ୍କର ପରିଚୟ ପ୍ରଦାନ ଓ ବିବରଣୀ ପାଠ କରିଥିଲେ ।

ମୁଖ୍ୟ ଅତିଥି ସାଂସଦ ରୁଦ୍ର ନାରାୟଣ ପାଣି ଶିଶୁମନ୍ଦିର ଏକ ଆଦର୍ଶ ସାମାଜିକ ଚେତନା କେନ୍ଦ୍ରସହିତ ମଣିଷ ତିଆରି କାରଖାନା ଅଟେ ବୋଲି କହିଥିଲେ। ମୁଖ୍ୟ ପ୍ରଶାସକ ପ୍ରତାପଚନ୍ଦ୍ର ଦେହୁରୀ ସଭାପତିତ୍ୱ ଅଭିଭାଷଣ ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟଅତିଥି କୃତୀ ଶିଶୁ ଭାଇଭଉଣୀ ମାନଙ୍କୁ ପୁରସ୍କୃତ କରିଥିଲେ ।

କାର୍ଯ୍ୟକ୍ରମକୁ ସମସ୍ତ ଅଭିଭାବକ ଅଭିଭାବିକା ନିମନ୍ତ୍ରିତ ଅତିଥି, ସାମାଜିକ କାର୍ଯ୍ୟକର୍ତ୍ତା, ସଂଘ ପରିବାରର ସଦସ୍ୟ ବୃନ୍ଦ,ଅନ୍ୟ ବିଦ୍ୟାଳୟର ବହୁ ଆଚାର୍ଯ୍ୟ ଆଚାର୍ଯ୍ୟା ବିଦ୍ୟାଧର ପ୍ରଧାନ,ପ୍ରସନ୍ନକୁମାରସାହୁ,ଅର୍ପିତା ପ୍ରଧାନ ତପସ୍ୱୀନୀ ସାହୁ, ସୁରେଶ ଚନ୍ଦ୍ର ବାରିକ,ସାଧନା ସାହୁ ସହିତ ରୋହିତ ଓ ଅନ୍ୟ ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ।

Share

Leave a Reply