ଦିବ୍ୟାଙ୍ଗ ନାତୁଣୀକୁ ଅସଦାଚରଣ ଅଭିଯୋଗ, ଦୂର ସମ୍ପର୍କୀୟ ଅଜା ଗିରଫ

You are currently viewing ଦିବ୍ୟାଙ୍ଗ ନାତୁଣୀକୁ ଅସଦାଚରଣ ଅଭିଯୋଗ, ଦୂର ସମ୍ପର୍କୀୟ ଅଜା ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ଏନଟିପିସି ଥାନା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ତାଙ୍କ ମାଆ ଥାନାରେ ଅଭିଯୋଗ କରିଥିବା ବେଳେ ସୋମବାର ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଏନଟିପିସି ଥାନା ବିଜିଗୋଳ ଗ୍ରାମର ଟଙ୍କଧର ସାହୁ(୫୨)।

ସୂଚନା ମୁତାବକ, ଘରେ କେହି ନ ଥିବାର ସୁଯୋଗ ନେଇ ଗତ ଶନିବାର ଅଭିଯୁକ୍ତ ଦୁଷ୍କର୍ମ କରିଥିଲା। ଅଭିଯୁକ୍ତ ସମ୍ପର୍କରେ ପୀଡ଼ିତାର ଦୂର ସମ୍ପର୍କୀୟ ଅଜା ହେବ। ବିଭିନ୍ନ ସମୟରେ ଟଙ୍କଧର ତାଙ୍କ ଘରକୁ ଯାଆସ କରିଥାଏ।

ସୋମବାର ଅଭିଯୁକ୍ତ ଟଙ୍କଧରକୁ ଦୁଷ୍କର୍ମ ମାମଲାରେ ପୁଲିସ କୋର୍ଟ ଚାଲାଣ କରିଛି। ଏନେଇ ଏନଟିପିସି ଟାଉନ ଥାନ ଆଇଆଇସି ସନ୍ତୋଷ କୁମାର ସେଠୀ ସୂଚନା ଦେଇଛନ୍ତି।

Share

Leave a Reply