ଯୌତୁକ ପାଇଁ ସ୍ତ୍ରୀକୁ ନିର୍ଯ୍ୟାତନା ଅଭିଯୋଗ

You are currently viewing ଯୌତୁକ ପାଇଁ ସ୍ତ୍ରୀକୁ ନିର୍ଯ୍ୟାତନା ଅଭିଯୋଗ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଚାଙ୍ଗୁଡ଼ିଆ ଗାଁରେ ସ୍ତ୍ରୀକୁ ଯୌତୁକ ପାଇଁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି।

ସୂଚନା ଯେ, ଚାଙ୍ଗୁଡ଼ିଆ ଗାଁର କୁନି ବାଘ ବୈଦିକ ରୀତିରେ ଗାଁର ଜୟ ଶଣ୍ଢଙ୍କ ପୁଅ ସିଲୁକୁ ୫ବର୍ଷ ହେବ ବିବାହ କରିଥିଲେ। ବିବାହ ପରେ ଅନେକ ଥର ବାପଘରୁ ମୋଟର ସାଇକେଲ, ସୁନା ଓ ଦାମୀ ଜିନିଷ ପତ୍ର ଆଣିବା ପାଇଁ ସିଲୁ ଷଣ୍ଢ ମାଡ଼ ପିଟ କରିନ୍ତି। ଏନେଇ ମଧ୍ୟ ଛେଣ୍ଡିପଦା ଥାନାରେ ସ୍ଵାମିସ୍ତ୍ରୀଙ୍କ ମଧ୍ୟରେ ଆପୋଷ ସମାଧାନ ହୋଇ ଘରକୁ ଫେରିଛନ୍ତି।

କିନ୍ତୁ ଗତ ୨୯ ତାରିଖ ସାନ୍ଧ୍ୟରେ ସିଲୁ ମଦ୍ୟପନ କରି ଆସି ତୋ ବାପ ଘରକୁ ଯାଇଥିଲୁ କାହିଁକି ସୁନା ଗହଣା, ତାଙ୍କ ଆଣିବା ପାଇଁ କହିଥିଲି ଆଣିଲୁ ନାହିଁ କହି ନିସ୍ତୁକ ମାଡିପିଟ କରିବା ସହିତ ଏକ ଗାମୁଛାରେ କୁନିର ତଣ୍ଟି ଚିପି ଜୀବନରେ ମାରି ଦେବା ପାଇଁ ଉଦ୍ୟମ କରିଥିଲେ। କୁନି ଘଟଣା ସମ୍ପର୍କରେ ତାଙ୍କ ଭାଇଙ୍କୁ ଖବର ଦେଇଥିଲେ। ଡାକ୍ତରଖାନା ଯାଇ ଚିକିତ୍ସା ହେବା ପରେ ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ କୁନି। ଅଭିଯୋଗକୁ ଭିତ୍ତି କରି ଛେଣ୍ଡିପଦା ଥାନା କେସ ନଂ ୩୬୦/୨୪ରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି l

Share

Leave a Reply