ଭୁବନେଶ୍ଵର: ଭାରତ ସରକାରଙ୍କ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ କିଶନ ରେଡ୍ଡୀ ଗଙ୍ଗାପୁରମ୍ ଭୁବନେଶ୍ଵରରେ ବିଭିନ୍ନ କାର୍ଯ୍ୟକ୍ରମ ଓ ବୈଠକରେ ଯୋଗଦେବା ପରେ ଆଜି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ନୂଆଦିଲ୍ଲୀ ଫେରିବା ପୂର୍ବରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ କେନ୍ଦ୍ର ମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିଛନ୍ତି।
ଏହି ସମୟରେ ଏମସିଏଲର ସିଏମଡି ଉଦୟ ଅନନ୍ତ କାଉଲେ, ନାଲକୋର ସିଏମଡି ବ୍ରିଜେନ୍ଦ୍ର ପ୍ରତାପ ସିଂହଙ୍କ ସମେତ ଏମସିଏଲ ଓ ନାଲକୋର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଆଲୋଚନା ସମୟରେ ଅନୁଗୁଳ ଜିଲ୍ଲାର ଖଣି ଓ ଶିଳ୍ପାଞ୍ଚଳ ସମ୍ପର୍କିତ ବିଭିନ୍ନ ସମସ୍ୟା ଓ ବିକାଶମୂଳକ କାର୍ଯ୍ୟ ଉପରେ ବିସ୍ତୃତ ଭାବେ କଥାବାର୍ତ୍ତା ହୋଇଥିବା ସୂଚନା ମିଳିଛି।











