ମେଗା କ୍ଲବ ପକ୍ଷରୁ ରାମ ନବମୀ

You are currently viewing ମେଗା କ୍ଲବ ପକ୍ଷରୁ ରାମ ନବମୀ

ଅନୁଗୁଳ: ସ୍ଥାନୀୟ ଶିମିଳିପଡ଼ା ମେଗା କ୍ଲବ ପକ୍ଷରୁ ଚୈତ୍ର ଶୁକ୍ଲପକ୍ଷ ନବମୀ ତିଥି ରେ ରାମ ନବମୀ ପାଳିତ ହୋଇଯାଇଛି। ଏ ଅବସରରେ ଶନିବାର ଦିନ ମଣ୍ଡଳ ସ୍ଥାପନ, ଅଧିବାସ ଓ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ରବିବାର ଦିନ ପ୍ରାତଃ ୪ ଘଟିକା ସମୟରେ ଶ୍ରୀରାମ ନବମୀ ପୂଜା ହୋମ ଯଜ୍ଞ ଏବଂ ଏହାପରେ ଚୌପହର ନାମ ଯଜ୍ଞ ଅନୁଷ୍ଠିତ ହୋଇଥିଲା ସେହିଭଳି ସନ୍ଧ୍ୟାରେ ନଗର କୀର୍ତନ ସହ ପୂଜା ସମ୍ପନ୍ନ ହୋଇଥିଲା। ମେଗା କ୍ଲବର ସମସ୍ତ କର୍ମକର୍ତା ଓ ସଦସ୍ୟ ପୂଜା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Share

Leave a Reply