ଭୁବନେଶ୍ୱର ଯିବାକୁ ଷ୍ଟେସନ ଆସିଥିଲେ ଯୁବତୀ, ୪ ଦିନ ହେଲାଣି ମିଳୁନି ପତ୍ତା

You are currently viewing ଭୁବନେଶ୍ୱର ଯିବାକୁ ଷ୍ଟେସନ ଆସିଥିଲେ ଯୁବତୀ, ୪ ଦିନ ହେଲାଣି ମିଳୁନି ପତ୍ତା

ଅନୁଗୁଳ: କର୍ମକ୍ଷେତ୍ରକୁ ଯିବାକୁ ଘରୁ ବାହାରିଥିଲା। କିନ୍ତୁ ଷ୍ଟେସନରେ ପହଞ୍ଚିବା ଆଗରୁ ନିଖୋଜ ହୋଇ ଯାଇଛି ବଢ଼ିଲା ଝିଅ। ଏହି ଖବର ଶୁଣିବା ପରେ ଆଉ ଥୟ ଧରିପାରୁନାହାନ୍ତି ପରିବାର ଲୋକ। ରୋଜଗାରିଆ ଝିଅ ଘରର ଅଧା ଦାୟିତ୍ୱ ମୁଣ୍ଡାଇଥିଲା। ଏବେ ଝିଅ ନିଖୋଜ ହେବା ପରେ ଥାନା ଦୁଆରେ ବସିଛନ୍ତି ବୁଢ଼ା ବାପା ଆଉ ଭାଇ-ଭାଉଜ। ତାଳଚେର ଷ୍ଟେସନ ଅଞ୍ଚଳରେ ଏଭଳି ଘଟଣା ଚର୍ଚ୍ଚାରେ।
ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅନ୍ତର୍ଗତ ଲୋଧାଝରି ଗ୍ରାମର ସୁଭଦ୍ରା ପାଡ଼ିନ ୪ ବର୍ଷ ହେଲା ଭୁବନେଶ୍ଵରରେ କାମ କରୁଛନ୍ତି। କିଛି ଦିନ ପୂର୍ବେ ସେ ଘରକୁ ବୁଲି ଆସିଥିଲେ। ୨୬ ତାରିଖରେ ସେ ଭୁବନେଶ୍ୱର ଯିବା ପାଇଁ ଘରୁ ଆସିଥିଲେ। ତାଳଚେର ଷ୍ଟେସନରେ ପହଞ୍ଚି ଟ୍ରେନ ନଥିବା ଜାଣିବାକୁ ପାଇଥିଲେ। ତେଣୁ ଅଟୋରିକ୍ସାରେ ତାଳଚେର ରୋଡ ଷ୍ଟେସନ ବାହାରି ଯାଇଥିଲେ। କିନ୍ତୁ ଅଟୋରେ ବାହାରି ଯିବା ପରେ ସୁଭଦ୍ରାଙ୍କ ଫୋନ୍ ସ୍ୱିଚ ଅଫ ହୋଇ ଯାଇଥିଲା। ଘର ଲୋକଙ୍କ ଶତ ଚେଷ୍ଟା ପରେ ବି ତାଙ୍କ ଫୋନ୍ ଲାଗି ନ ଥିଲା। ପର ଦିନ ପରିବାର ଲୋକେ ତାଳଚେର ଷ୍ଟେସନ ପରିସରରେ ଥିବା ରେଳବାଇ ଫାଣ୍ଡିରେ ଝିଅ ନିଖୋଜ ଥିବା ନେଇ ଏକ ଲିଖିତ ଅଭିଯୋଗ କରିଛନ୍ତି ଭାଇ ପ୍ରଶାନ୍ତ କୁମାର ପାଡିନ। ଅନ୍ୟପଟେ ଝିଅକୁ ନ ପାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ଝିଅର ବାପା ପଞ୍ଚାନନ ପାଡିନ। ଝିଅକୁ ଅଟୋ ଚାଳକ ଅପହରଣ କରିନେଇଥିବା ମଧ୍ୟ ଘର ଲୋକ ସନ୍ଦେହ କରୁଛନ୍ତି। ଅଭିଯୋଗ ପରେ ପୁଲିସ ଉକ୍ତ ଅଟୋକୁ ଜବତ କରିଛି। କିନ୍ତୁ ୪ଦିନ ପରେ ବି ଖବର ଲେଖା ହେବା ଯାଏଁ ଅଟୋ ଚାଳକ ଫେରାର ଥିବା ଜଣାଯାଇଛି।

Share

Leave a Reply