ତାଳଚେର ଖାଳପାଳରେ ନିର୍ମାଣ ହେବ ଆନିକଟ

You are currently viewing ତାଳଚେର ଖାଳପାଳରେ ନିର୍ମାଣ ହେବ ଆନିକଟ

ଅନୁଗୁଳ: ତାଳଚେରର ଖାଳପାଳ ଠାରେ ନଦୀ ଗର୍ଭ ଜଳ ସଂରକ୍ଷଣ ପାଇଁ ଏକ ଆନିକଟ ନିର୍ମାଣ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ୨୨୧ କୋଟି ଟଙ୍କା ଅର୍ଥ ବ୍ୟୟରେ ବ୍ରାହ୍ମଣୀ ନଦୀ ଉପରେ ଏହି ଆନିକଟ ତିଆରି କରାଯିବ। ଏହାଦ୍ୱାରା ଢେଙ୍କାନାଳ ପର୍ଯଙ୍ଗ ଅଞ୍ଚଳର ୨୨ଟି ଗାଁ ଏବଂ ଅନୁଗୁଳ ତାଳଚେର ଅଞ୍ଚଳର ୨୩ଟି ଗାଁର ଲୋକେ ଉପକୃତହେବେ।

କୃଷି, ଜଳସେଚନ ଓ ପିଇବା ପାଣିର ଏହାଦ୍ୱାରା ସୁବିଧା ହୋଇପାରିବ। ଏଥିନେଇ ଜିଲ୍ଲା ବିଜେଡି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରାଯାଇଥିଲା। ମହେନ୍ଦ୍ର ବସ୍ତିଆଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଆଠମଲ୍ଲିକ ବିଧାୟକ ରମେଶ ସାୟ,ପାଲଲହଡା ବିଧାୟକ ମୁକେଶ ପାଲ ଓ ଅନୁଗୁଳ ବିଧାୟକଙ୍କ ନୋମିନି ଅରୁଣାଭ ସିଂହ ପ୍ରମୁଖ ଯୋଗ ଦେଇ ଆନିକଟ ଦ୍ୱାରା କିପରି ଜିଲ୍ଲାର ବିକାଶ ହୋଇପାରିବ ତାହା ବର୍ଣନା କରିଥିଲେ । ଅନୁଗୁଳ ନଗରପାଳ ଅକ୍ଷୟ ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।

Share

Leave a Reply