ଦିଲ୍ଲୀ ରାଜପଥରେ ଓଡ଼ିଶୀ ନାଚିଲେ ଅନୁଗୁଳ କଳାକାର

You are currently viewing ଦିଲ୍ଲୀ ରାଜପଥରେ ଓଡ଼ିଶୀ ନାଚିଲେ ଅନୁଗୁଳ କଳାକାର

ଅନୁଗୁଳ: ୭୩ତମ ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ରାଜପଥରେ ଭାରତର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ହଜାର ହଜାର ଦର୍ଶକଙ୍କ ଭିଡ଼ରେ ଭାରତର ସାମରିକ ସାମର୍ଥ୍ୟ, କଳା ଓ ପରମ୍ପରାର ଝଲକ ଦେଖିବାକୁ ମିଳିଥିଲା । ଭବ୍ୟ ପରେଡର ଶେଷ ଭାଗରେ ୧୫ଟି ରାଜ୍ୟର ୩୬ଟି ଟିମ୍ ଦ୍ଵାରା ୪୮୫ ଜଣ କଳାକାର ବନ୍ଦେ ମାତରଂ ଅମୃତ ମହୋତ୍ସବ ମାଧ୍ୟମରେ ଚିତ୍ତାକର୍ଷକ ନୃତ୍ୟ
ପରିବେଷଣ କରିଥିଲେ। ଏମାନଙ୍କ ମଧ୍ୟରେ ଅନୁଗୁଳ ନୃତ୍ୟ ନୀଳୟର ଦଶ ଜଣିଆ ଦଳ ଏଥିରେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ର ମୁଗ୍ଧ କରିଥିଲେ। ଅନୁଗୁଳ ଇତିହାସରେ ପ୍ରଥମ ଥର ପାଇଁ ରାଜପଥରେ ଏହିଦଳ ନୃତ୍ୟ ପରିବେଷଣ କରିଥିଲା। ଲାଲ ପୋଷାକରେ ଓଡ଼ିଶୀ ନୃତ୍ୟାଙ୍ଗନା ମାନେ ଯେତେବେଳେ ଓଡ଼ିଶୀ କଳାର ଚାତୁରି ପ୍ରଦର୍ଶନ କଲେ ଦର୍ଶକଙ୍କ ତାଳି ମାଡ଼ରେ ରାଜପଥ ପ୍ରକମ୍ପିତ ହେଉଥିଲା।ନୃତ୍ୟ ଗୁରୁ ସ୍ବପ୍ନାରାଣୀ ସିହ୍ନାଙ୍କ ମାର୍ଗ ଦର୍ଶନରେ ଏହି ଦଳ ଦିଲ୍ଲୀ ଗସ୍ତ କରିଥିଲା।

Share

This Post Has One Comment

  1. Xman

    Angul 👍🥳🥳🥳🥳

Leave a Reply