ମାର୍ଚ୍ଚ ୧୦ରୁ ସେନା ନିଯୁକ୍ତି ରାଲି

You are currently viewing ମାର୍ଚ୍ଚ ୧୦ରୁ ସେନା ନିଯୁକ୍ତି ରାଲି

ଅନୁଗୁଳ: ସେନାବାହିନୀରେ ନିଯୁକ୍ତି ପାଇଁ ଆସନ୍ତା ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ ହେବ ନିଯୁକ୍ତି ରାଲି। ଦଶ ଦିନ ଚାଲିବାକୁ ଥିବା ଏହି ରାଲି ପାଇଁ କୌଣସି ସ୍ଥାନ ସୂଚିତ ହୋଇନାହିଁ।ସ୍ଥାନ ଆଡ୍‌ମିଟ୍‌ କାର୍ଡ ମାଧ୍ୟମରେ ୧୫ ଦିନ ପୂର୍ବରୁ ଜଣାଇ ଦିଆଯିବ ବୋଲି ସମ୍ବଲପୁରସ୍ଥିତ ସେନାବାହିନୀ ନିଯୁକ୍ତି ଅଧିକାରୀ ପ୍ରକାଶ କରିଛନ୍ତି। ରାଲିରେ ଅ˚ଶଗ୍ରହଣ ପାଇଁ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ସହ କୋଭିଡ୍‌ ନିୟମାବଳି ଅନୁପାଳନ ବାଧ୍ୟତାମୂଳକ। ଅନୁଗୁଳ ଜିଲ୍ଲାର ଇଚ୍ଛୁକ ଯୋଗ୍ୟ ପ୍ରାର୍ଥୀମାନେ ଅନ୍‌ଲାଇନ୍‌ରେ ନାମ ପ˚ଜିକରଣ କରିପାରିବେ। ପଞ୍ଜିକରଣ ଆରମ୍ଭ ହୋଇ ସାରିଥିବା ବେଳେ ଏହା ଫେବ୍ରୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ନାମ ପଞ୍ଜିକରଣ କରିଥିବା ପ୍ରାର୍ଥୀମାନଙ୍କ ଆଡ୍‌ମିଟ୍‌ କାର୍ଡ ପଞ୍ଜିକୃତ ଇ-ମେଲ୍‌ ମଧ୍ୟମରେ ରାଲିର ୧୫ ଦିନ ଆଗରୁ ସ୍ଥିରିକୃତ ସ୍ଥାନ ବିଷୟରେ ଅବଗତ କରାଯିବ। ପ୍ରାର୍ଥୀ ସବିଶେଷ ବିବରଣୀ www.joinindianarmy.nic.in ୱେବ୍‌ସାଇଟ୍‌ରେ ଦେଖିପାରିବେ ବୋଲି ସେନାବାହିନୀ ନିଯୁକ୍ତି ଅଧିକାରୀ ସୂଚନା ଦେଇଛନ୍ତି।

Share

Leave a Reply