ମାଲବାର ଅନୁଗୁଳ ଷ୍ଟୋର ପକ୍ଷରୁ ଗହଣାର କଳାତ୍ମକ ପ୍ରସ୍ତୁତି

You are currently viewing ମାଲବାର ଅନୁଗୁଳ ଷ୍ଟୋର ପକ୍ଷରୁ ଗହଣାର କଳାତ୍ମକ ପ୍ରସ୍ତୁତି

ଅନୁଗୁଳ: ଗୁରୁବାର ସୁନା ଓ ହୀରା ଗହଣାର ଅଗ୍ରଣୀ ପ୍ରତିଷ୍ଠାନ ମାଲବାର ଅନୁଗୁଳ ଶାଖା ପକ୍ଷରୁ ଏହାର ଗହଣା ଗୁଡ଼ିକର ଏକ କଳାତ୍ମକ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି। ଅନୁଗୁଳ ବଣିକ ସଂଘ “କେଟ” ର ଅଧ୍ୟକ୍ଷ ତଥା ଜାତୀୟ ଉପ ସଭାପତି ରାଜକୁମାର ଶୁକ୍ଳା ମୁଖ୍ୟ ଅତିଥି ରୂପେ ସମାରୋହକୁ ଉଦଘାଟନ କରିଥିଲେ।

ମାଲବାର ସୁନା ଓ ହୀରା ଗହଣାର ଶୁଦ୍ଧତା ଓ ଆକର୍ଷଣୀୟ ଅଫର୍ ଯୋଗୁଁ ଏହା ପ୍ରତି ଗ୍ରାହକଙ୍କ ଋଚି ବଢ଼ିଥିବା ଶ୍ରୀ ଶୁକ୍ଳା ପ୍ରକାଶ କରିଥିଲେ। ଏପ୍ରିଲ ୯ ତାରିଖ ରୁ ୧୯ ତାରିଖ ପର୍ଯ୍ୟନ୍ତ ମାଲବାର ପକ୍ଷରୁ ଗହଣାର ସ୍ୱତନ୍ତ୍ର ପ୍ରଦର୍ଶନୀ ଚାଲୁ ରହିଛି। ପ୍ରତିଟି ଗହଣାରେ କଳାର ଉତ୍କର୍ଷତା ପ୍ରସ୍ଫୁଟିତ ହୋଇଛି ଯାହାକି ସବୁ ପ୍ରକାର ଗ୍ରାହକଙ୍କୁ ଏହା ପସନ୍ଦ ଆସିବ ବୋଲି ମାଲବାର ଚେୟାରମ୍ୟାନ୍ ଏମପି ଅହମ୍ମଦ ପ୍ରକାଶ କରିଛନ୍ତି।

ସମାରୋହରେ ସ୍ଥାନୀୟ କାଉନସିଲର ରଞ୍ଜିତ୍ ମାଣ୍ଡୋଠିଆ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏପ୍ରିଲ ୯ ରୁ ୧୯ ତାରିଖ ମଧ୍ୟରେ ମାଲବାର ସୁନା ଓ ହୀରା ଗହଣାର ଗଢା ମଜୁରୀ ଉପରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ରହିଥିବା ପରିଚାଳକ ୟୁନୁସ ପ୍ରକାଶ କରିଛନ୍ତି। ପ୍ରଦର୍ଶନୀ ଅବସରରେ ସ୍ଥାନୀୟ ମଡେଲ ମାନେ ମାଲବାର ଗହଣା ପିନ୍ଧି କ୍ୟାଟୱାକରେ ଚାଲିଥିଲେ। ସହରର ବହୁ ଗ୍ରାହକ ଓ ବୁଦ୍ଧିଜୀବୀ ଏ ଅବସରରେ ଯୋଗ ଦେଇଥିଲେ ।

Share

Leave a Reply