ଲାଞ୍ଚ ନେଇ ଧରାପଡ଼ିଲେ ସହକାରୀ ବିତ୍ତ ପ୍ରବନ୍ଧକ

You are currently viewing ଲାଞ୍ଚ ନେଇ ଧରାପଡ଼ିଲେ ସହକାରୀ ବିତ୍ତ ପ୍ରବନ୍ଧକ

ଅନୁଗୁଳ : ବିଲ୍ ପାସ୍ କରାଇ ଦେବାକୁ ଲାଞ୍ଚ ନେଉଥିବା ସମୟରେ ଧରାପଡ଼ିଛନ୍ତି ତାଳଚେର ଚାଇଁପାଳ ଟିପିସିଓଡିଏଲରେ କାର୍ଯ୍ୟରତ ସହକାରୀ ବିତ୍ତ ପ୍ରବନ୍ଧକ ଉମେଶ ଚନ୍ଦ୍ର ଦାଶ। ଟିପିସିଓଡ଼ିଏଲ ଦୁର୍ନୀତି ନିବାରଣ ବିଭାଗ ତାଙ୍କୁ ଧରିବା ପରେ ଚାକିରିରୁ ନିଲମ୍ବିତ କରାଯାଇଛି। ସୂଚନା ଅନୁସାରେ, ମେରାମଣ୍ଡଳୀ ହାତୀ ଚଲାପଥ ପ୍ରକଳ୍ପର ବିଦ୍ୟୁତକରଣ କାର୍ଯ୍ୟ ଭୁବନେଶ୍ବର ଝାରପଡ଼ାସ୍ଥିତ ଆଦ୍ୟ ଉର୍ଜା ନାମକ ଏକ ଘରୋଇ ସଂସ୍ଥା କରିଥିଲା। ଏହି ଦୁଇ କୋଟିର ପ୍ରକଳ୍ପର ବିଲ ପାସ୍ କରାଇଦେବା ପାଇଁ ସହକାରୀ ବିତ୍ତ ପ୍ରବନ୍ଧକ ଉମେଶ ଚନ୍ଦ୍ର ଦାଶ ୩ ହଜାର ଟଙ୍କା ମାଗିଥିଲେ। ଏଥିନେଇ ସେ ଦୁର୍ନୀତି ନିର୍ବାରଣ ବିଭାଗକୁ ଜଣାଇଥିଲେ । ଆଜି ଏହି ଲାଞ୍ଚ ଟଙ୍କା ନେବା ସମୟରେ ଦୁର୍ନୀତି ନିବାରଣ ବିଭାଗ ତାଙ୍କୁ ଧରିଥିଲା । ପରେ ତାଙ୍କଠାରୁ ଟଙ୍କା ଜବତ କରାଯିବା ସହ ତାଙ୍କୁ ଗିରଫ କରାଯାଇଛି।

Share

Leave a Reply