ବିଦ୍ୟୁତ୍ ସଂଯୋଗ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ବାରସ୍ଥ ହେଲେ କେଳାସାହି ବାସିନ୍ଦା

You are currently viewing ବିଦ୍ୟୁତ୍ ସଂଯୋଗ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ବାରସ୍ଥ ହେଲେ କେଳାସାହି ବାସିନ୍ଦା

ଅନୁଗୁଳ: ବିଦ୍ୟୁତ ସଂଯୋଗ ପାଇଁ ଆଜି ଅନୁଗୁଳ ଜିଲ୍ଲା ଶାବଳଭଙ୍ଗା ଗ୍ରାମର କେଳା ସାହି ବାସିନ୍ଦା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ବାରସ୍ଥ ହୋଇଛନ୍ତି।
ଅଭିଯୋଗ ମୁତାବକ, ଶାବଳଭଙ୍ଗା ଗ୍ରାମର କେଳା ସାହିରେ ପାଖାପାଖି ଶହେ ପରିବାର ବସବାସ କରିଆସୁଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ସେମାନେ ବିଦ୍ୟୁତ୍ ସେବା ପାଇ ପାରୁନାହାନ୍ତି। ପିଲାଙ୍କ ପାଠ ପଢାରେ ଅସୁବିଧା ହେଉ ଥିବା ବେଳେ ରାତି ହେଲେ ଜୀବଜନ୍ତୁଙ୍କ ଭୟରେ ଘର ତାଟି କବାଟ ପକାଉଛନ୍ତି। କିଛି ଦିନ ହେଲା ବିଦ୍ୟୁତ୍ ସଂଯୋଗ ପାଇଁ ବିଦ୍ୟୁତ୍ ଖୁଣ୍ଟ ପଡ଼ିଥିଲେ ମଧ୍ୟ କିଛି ଖଳ ପ୍ରକୃତିର ଲୋକମାନେ ଏହାକୁ ବିରୋଧ କରି କାର୍ଯ୍ୟ କରିଦେଉ ନ ଥିବା କେଳା ସାହିବାସୀ ଅଭିଯୋଗ କରିଛନ୍ତି।
ଏ ନେଇ ବନ୍ତଳ ସେକସନର ଜେଇ ମାଧବନନ୍ଦ ସାହୁଙ୍କୁ ପଚାରିବାରୁ ସେଠାରେ କିଛି ଖଳ ପ୍ରକୃତିର ଲୋକ ବିରୋଧ କରୁଥିବାରୁ କାମ ହୋଇପାରୁନଥିବା କହିଛନ୍ତି। ଏଣୁ ଲୋକେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି।

Share

Leave a Reply