ଅନୁଗୁଳ ଜିଲ୍ଲା କ୍ରିକେଟ ସଂଘର ଜିଲ୍ଲାସ୍ତରୀୟ ସିନିୟର କ୍ରିକେଟ ଦଳ ଘୋଷିତ, ଟୁକୁନା ସାହୁ ଅଧିନାୟକ ଘୋଷିତ

0

ଅନୁଗୁଳ: ସ୍ଥାନୀୟ କଦମ ପଡ଼ିଆ ଠାରେ ଓଡ଼ିଶା କ୍ରିକେଟ ସଂଘ ଆନୁକୂଲ୍ୟରେ ଆସନ୍ତା ଏପ୍ରିଲ ୧୧ ତାରିଖ ଠାରୁ ଆରମ୍ଭ ହେବାକୁ ଥ‌ିବା ଜିଲ୍ଲାସ୍ତରୀୟ ସିନିୟର କ୍ରିକେଟ ପ୍ରତିଯୋଗିତା “କଳାହାଣ୍ଡି କପ୍” କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ଆଜି ଦଳ ଘୋଷଣା କରାଯାଇଛି। ଅନୁଗୁଳ ଜିଲ୍ଲା କ୍ରିକେଟ ସଂଘର ଚୟନକର୍ତ୍ତା ବରିଷ୍ଠ କ୍ରିକେଟ ଖେଳାଳି ଶିବ ରାଉତ, ବିରେନ୍ ସାମଲ ଓ ଜିଲ୍ଲା ମୁଖ୍ୟ କୋଚ ରଞ୍ଜନ କୁମାର ଧୀରସାମନ୍ତଙ୍କ ତତ୍ତ୍ୱାବଧାନରେ ଏହି ଚୟନ କରାଯାଇଥିଲା।

ଦଳରେ ଟୁକୁନା ସାହୁ (ଅଧିନାୟକ), ଆୟୁଷ ବାରିକ (ଉପ-ଅଧିନାୟକ), ଶ୍ରେୟାଂଶ ଭରଦ୍ବାଜ, ଶଶାଙ୍କ ପାନାକାଲ, ରାକେଶ ବିଶ୍ବାଳ, ରୋହିତ ପ୍ରଧାନ, ମିଲନ ସାମଲ, ସତ୍ୟବ୍ରତ ସିଂହ, ରଞ୍ଜନ କୁମାର ବିଶ୍ବାଳ, ସୌଭାଗ୍ୟ ବେହେରା, ଆଶୁତୋଷ ପ୍ରଧାନ, ସାୟେଦ ନିଶାଦ ଅଲ୍ଲୀ, ଅଜିତ ପ୍ରଧାନ (ଉଇକେଟ କିପର), ରାଜଦୀପ ରୋଶନ ଦାସ, ସୋମରାଜ ମହାପାତ୍ର ଓ ଷ୍ଟାଣ୍ଡବାଇ ଖେଳାଳି ଭାବରେ ହରପ୍ରୀତ ସିଂହ ମନୋନୀତ ହୋଇଛନ୍ତି। ଦଳର କୋଚ୍ ଓ ପରିଚାଳକ ଭାବେ ମିଲନ ସାହୁଙ୍କୁ ଦାୟିତ୍ବ ଦିଆଯାଇଛି।

Leave A Reply

Your email address will not be published.

error: Content is protected !!