ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ଦୈନିକ ବଜାରଠାରେ ସୋମବାର ରାତିରେ ଏକ ଅଟୋ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କାରେ ଅଟୋ ଚାଳକଙ୍କ ମୃତ୍ୟୁ ହୋଇଛି। ସୂଚନା ଅନଯାୟୀ, ଅନୁଗୁଳ ସଦର ଥାନା ଅନ୍ତର୍ଗତ ଜରାସିଂହା ଗାଁର ପିତବାସ ସାହୁ(୩୪) ତାଙ୍କ ଅଟୋରେ ନାଲକୋ ଥାନା ଅନ୍ତର୍ଗତ କୁଲାଡରେ ଯାତ୍ରୀଙ୍କୁ ଛାଡ଼ି ଘରକୁ ଫେରୁଥିବା ବେଳେ ନାଲକୋ ବଜାର ସାମ୍ନାରେ ଏକ ଟ୍ରାକ୍ଟର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ପିତବାସ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ପିତବାସଙ୍କ ମୃତ୍ୟୁ ହୋଇଥିଲା। ଖବରପାଇ ନାଲକୋ ପୁଲିସ ଏକ ମାମଲା ରୁଜୁକରି ମଙ୍ଗଳବାର ଶବ ବ୍ୟବଛେଦ କରାଇଛି। ସେହିଳି ସୋମବାର ରାତିରେ ନାଲକୋ ଥାନା ଅନ୍ତର୍ଗତ କେନାଲ ହୁଡ଼ାରେ ଏକ ବସ ଓ ବାଇକ୍ ମୁଁହା ମୁହିଁ ଧକ୍କା ହେବାରୁ ବାଇକ ଚାଳକ ଦିଲିପ ମୁର୍ମୁ ଗୁରୁତର ଆହତ ହୋଇଛନ୍ତି। ଦିଲିପ ନାଲକୋରୁ ନିଜ ଘର ନାଲକୋ ମୁଣ୍ଡା ହାର୍ଟିଙ୍ଗକୁ ଫେରୁ ଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।
ଅଟୋ ଟ୍ରାକ୍ଟର ଧକ୍କା, ଜଣେ ମୃତ
- Post published:February 1, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
