ଭୋଜି ମାଂସ ବଣ୍ଟାକୁ ନେଇ ମରଣାନ୍ତକ ଆକ୍ରମଣ

You are currently viewing ଭୋଜି ମାଂସ ବଣ୍ଟାକୁ ନେଇ ମରଣାନ୍ତକ ଆକ୍ରମଣ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ତୁଳସୀପାଳ ଗାଁରେ ଏକ ଭୋଜିରେ ଗଣ୍ଡଗୋଳ ହୋଇ ଟାଙ୍ଗିଆରେ ଆକ୍ରମଣ କରି ଜଣେ ଗିରଫ ହୋଇଛି। ସୂଚନା ମୁତାବକ, ଗତ ୩୧ ତାରିଖ ଅପରାହ୍ନରେ ଗାଁର କିଛି ଲୋଗ ଭୋଜି କରିଥିଲେ। ଏଥିରେ ଚିକେନ ଭାଗ ବଣ୍ଟାକୁ ନେଇ ପାଟିଗୋଳ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଗାଁର ରଞ୍ଜିତ ଦେହୁରୀ ଏକ ଟାଙ୍ଗିଆରେ ସୁଧିର ବେହେରାଙ୍କ ମୁଣ୍ଡକୁ ହାଣିଥିଲେ। ଫଳରେ ସୁଧିର ଗୁରୁତର ଆହତ ହୋଇଥିଲେ। ଏ ନେଇ ସୁଧିର ବୁଧବାର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ରଞ୍ଜିତଙ୍କୁ ଗିରଫକରି ଟାଙ୍ଗିଆ ଜବତ କରିଛି। ଗୁରୁବାର ପୁଲିସ ରଞ୍ଜିତଙ୍କୁ କୋର୍ଟ ଚାଲାଣ କରିଛି।

Share

Leave a Reply