ଅନୁଗୁଳ : ଜିନ୍ଦଲ ନଗର ପରିସରସ୍ଥ ଗୁଣ୍ଡିଚା ମନ୍ଦିରରେ ଅନୁଷ୍ଠିତ ହୋଇଛି ବାହୁଡା ଯାତ୍ରା। ଏ ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ବାହୁଡ଼ାରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ବିଶ୍ବ ନିୟନ୍ତା ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷରେ ବସି ଜିନ୍ଦଲ ନଗର ମଧ୍ୟରେ ଥିବା ଗୁଣ୍ଡିଚା ମନ୍ଦିର ଠାରୁ ଦେବଭୂମି ସ୍ଥିତ ଶ୍ରୀମନ୍ଦିରକୁ ଆସିଥିଲେ। ମନ୍ଦିରର ଆଦ୍ୟ ସେବକ ଏବଂ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ପରିବାର ଯୋଗ ଦେଇ ପହଣ୍ଡି ସେବା ଏବଂ ଛେରାପହଁରା ନୀତି ସଂପନ୍ନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ନବୀନ ଜିନ୍ଦଲଙ୍କ ମା’ ଏବଂ ଓପି ଜିନ୍ଦଲ ଗ୍ରୁପର ଚେୟାରପର୍ସନ ଏମିରେଟ୍ ସାବିତ୍ରୀ ଜିନ୍ଦଲ, ଜେଏସପି ଫାଉଣ୍ଡେସନ ଅଧ୍ୟକ୍ଷା ଶାଲୁ ଜିନ୍ଦଲ, ଓସୱାଲ ଗ୍ରୁପ ଅଫ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷା ଅରୁଣା ଓସୱାଲ, ଭେଙ୍କଟେଶ ଜିନ୍ଦଲ, ଯଶସ୍ବିନୀ ଜିନ୍ଦଲ ପ୍ରମୁଖ ସାମିଲ ହୋଇଥିଲେ।
ରଥ ଯାତ୍ରା ଭଳି ବାହୁଡା ଯାତ୍ରାକୁ ଶ୍ରଦ୍ଧାଳୁଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ଫେସବୁକ ଏବଂ ୟୁଟ୍ୟୁବ ଜରିଆରେ ଏହାର ସିଧା ପ୍ରସାରଣର ବ୍ୟବସ୍ଥା କରାଯାଇଥିଲା।