ଗାଡି ସାଇଡମରାକୁ ନେଇ ଗୋଷ୍ଠୀ ବିବାଦ, ୧୦ ଗିରଫ

You are currently viewing ଗାଡି ସାଇଡମରାକୁ ନେଇ ଗୋଷ୍ଠୀ ବିବାଦ, ୧୦ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ପୁଲିସ ଏକ ଗୋଷ୍ଠୀ ବିବାଦ ଘଟଣାରେ ଉଭୟ ଗୋଠୀର ୧୦ ଜଣଙ୍କୁ ସୋମବାର ଗିରଫକରିଛି। ସୂଚନା ଯେ, ନୂଆହତା ଗାଁର ସରୋଜ ମାଝୀ ରବିବାର ସନ୍ଧ୍ୟାରେ ଘରକୁ ଫେରୁଥିବା ସମୟରେ ଗାଁର କମଳ ଲୋଚନ ମାଝୀ ତାଙ୍କ ଗାଡିକୁ ସାଇଡ଼ ମାରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ପାଟିଗୋଳ ହୋଇେ ଶେଷରେ ଗୋଷ୍ଠୀ ବିବାଦରେ ପରିଣତ ହୋଇଥିଲା। ଉଭୟେ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ୨ଟି ମାମଲା ରୁଜକରି ଉଭୟ ପକ୍ଷର ଶିବରାମ ମାଝୀ, ସରୋଜ ମାଝୀ, ସୁଶାନ୍ତ ସିଂ, ଶ୍ରୀକାନ୍ତ ସାମଲ, ବିଦ୍ୟାଧର ସାମଲ, ସଚିଦାନନ୍ଦ ବେହେରା, ସଞ୍ଜିବ ସିଂ, ଜଗଦିଶ ମାଝୀ, ଭବାନୀ ଶଙ୍କର ସାମଲ ଓ ଦୁଷ୍ମନ୍ତ ମାଝୀଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।

Share

Leave a Reply