୪ ଦିନ ବନ୍ଦ ହେବ ବ୍ୟାଙ୍କ !

You are currently viewing ୪ ଦିନ ବନ୍ଦ ହେବ ବ୍ୟାଙ୍କ !

ଭୁବନେଶ୍ୱର: ୨ ଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ ଡାକରା। ମାର୍ଚ୍ଚ ୧୫ ଓ ୧୬ ତାରିଖରେ ୨ ଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ। ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତିକୁ ବିରୋଧ କରି ଧର୍ମଘଟ ଡାକରା ଦିଆଯାଇଛି। ଧର୍ମଘଟରେ ସାମିଲ ହେବେ ରାଜ୍ୟର ୫୫୦୦ ବ୍ୟାଙ୍କର ୩୦ ହଜାର କର୍ମଚାରୀ। ଏନେଇ ଏଆଇବିଓସି ଓଡ଼ିଶା ୟୁନିଟ୍ ସଭାପତି ଦାମୋଦର ନନ୍ଦ ସୂଚନା ଦେଇଛନ୍ତି।କିନ୍ତୁ ବଡ଼ ସମସ୍ୟାର ବିଷୟ ଏହିକି ଯେ ଲଗାତାର ୪ ଦିନ ଧରି ବ୍ୟାଙ୍କ ବନ୍ଦ ରହିବ। ମାର୍ଚ୍ଚ ୧୫ ଓ ୧୬ ତାରିଖ ଧର୍ମଘଟ ପାଇଁ ବନ୍ଦ ରହିବ। ସେହିପରି ୧୩ ତାରିଖ ଓ ୧୪ ତାରିଖ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ। ୧୩ ତାରିଖ ଦ୍ୱିତୀୟ ଶନିବାର ଓ ୧୪ ତାରିଖ ରବିବାର ପଡୁଥିବାରୁ ଏହି ଦିନ ବ୍ୟାଙ୍କ ବନ୍ଦ ରହିବ। ଏହି ୨ ଦିନକୁ ମିଶାଇ ୪ ଦିନ ବ୍ୟାଙ୍କ ବନ୍ଦ ରହିବ।

Share

Leave a Reply