ବରପାଲି ଗ୍ରାମକୁ ଏମସିଏଲ ଅଧିଗ୍ରହଣ କରିବାକୁ ଦାବି, ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ସ୍ଥାନୀୟ ଲୋକେ

You are currently viewing ବରପାଲି ଗ୍ରାମକୁ ଏମସିଏଲ ଅଧିଗ୍ରହଣ କରିବାକୁ ଦାବି, ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ସ୍ଥାନୀୟ ଲୋକେ

ତାଳଚେର : ତାଳଚେର ବ୍ଲକ ପଦ୍ମାବତୀପୁର ପଞ୍ଚାୟତ ଅନ୍ତର୍ଗତ ବରପାଲି ଗ୍ରାମକୁ ଏମସିଏଲ ଅଧିଗ୍ରହଣ କରିବାକୁ ତାଳଚେର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ଅଞ୍ଚଳବାସୀ l

ସୂଚନା ମୁତାବକ, ବରପାଲି ଗ୍ରାମରେ ୮୦ ପରିବାର ବାସ କରୁଛନ୍ତି l ଏମସିଏଲ ଭରତପୁର ଓ ଜଗନ୍ନାଥ ଖଣିର ମାତ୍ର ଶହେ ମିଟର ଦୂରରେ ବରପାଲି ଗ୍ରାମ ଥିବା ବେଳେ ଖଣି କାର୍ଯ୍ୟ ଯୋଗୁଁ ପ୍ରବଳ ବ୍ଲାଷ୍ଟିଂ ଓ ଧୂଳି ଧୂଆଁ ଜନିତ ବାୟୁ ପ୍ରଦୂଷଣ ହୁଏ। ଏଣୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି l ଗ୍ରାମବାସୀ ସେଠାରେ ବାସ କରିବା କଷ୍ଟ ସାଧ୍ୟ ହୋଇପଡିଛି l ଏ ସମ୍ପର୍କରେ ସ୍ଥାନୀୟ ଲୋକେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅବଗତ କରିଥିଲେ। କେନ୍ଦ୍ର ମନ୍ତ୍ରୀ ଏ ସଂପର୍କରେ କୋଲ ଇଣ୍ଡିଆ, ଏମସିଏଲ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନକୁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ତେବେ ସମ୍ପୃକ୍ତ ଗ୍ରାମକୁ ଅଧିଗ୍ରହଣ କରିବାକୁ ଅଦ୍ୟାବଧି କୌଣସି ପଦକ୍ଷେପ ନିଆ ଯାଇନାହିଁ l ଏଣୁ ସ୍ଥାନୀୟ ଲୋକେ ପୁନର୍ବାର ଦାବି ପତ୍ର ପ୍ରଦାନ କରି ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି।

ଦାବିପତ୍ର ପ୍ରଦାନ ବେଳେ ଗ୍ରାମ୍ୟ ସଭାପତି ଗୋଲେଖ ପ୍ରଧାନ, ସମ୍ପାଦକ ଗୋପାଳ ବାରିକ, ଦୀପ୍ତିରେଖା ବାରିକ, ଉପଦେଷ୍ଟା ବାସୁଦେବ ସାହୁ, ବିକ୍ରମ ପ୍ରଧାନ, ଅଷ୍ଟଶମ୍ଭୁ ବେହେରା, ସୁନିଲ କୁମାର ଭୁକ୍ତା, ସର୍ତୁକ ଅମାନ୍ତ, ଶ୍ୟାମଘନ ସାହୁ, କପିଳେଶ୍ୱର ସାହୁ, ପ୍ରଶାନ୍ତ ରଣା, ଶ୍ରୀକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l

Share

Leave a Reply