ଅନୁଗୁଳ: ମଙ୍ଗଳବାର ଦିନ ପ୍ରାୟ ସାଢ଼େ ଏଗାରଟା ସମୟରେ ପାଲଲହଡା ଥାନା ଅନ୍ତର୍ଗତ ଖମାର କଲେଜ ନିକଟରେ ଏକ କାର ଜଣେ ସାଇକେଲ ଆରୋହୀଙ୍କୁ ଚାପି ଦେବାରୁ ତାଙ୍କର ମୃତ୍ୟୁ ଘଟିଛି।ସ୍ଥାନୀୟ ନୂଆପଡା ଗାଁର ତ୍ରିଲୋଚନ ପ୍ରଧାନ (୭୫) ସାଇକଲ ଯୋଗେ ଆସନ୍ତା ଗାନ୍ଧୀ ଜୟନ୍ତୀ ଅବସରରେ ଏକ ସାହିତ୍ୟ ସମାବେଶ କରିବାପାଇଁ କଲେଜ ଅଧ୍ୟକ୍ଷ ଙ୍କୁ ଭେଟିବାକୁ ଯାଉଥିଲେ। ତେବେ କଲେଜ ସମ୍ମୁଖ ରାସ୍ତାରେ ଏକ ଦ୍ରୁତଗାମୀ କାର ତାଙ୍କ ଉପରେ ଚଢ଼ି ଯାଇଥିଲା। ଗୁରୁତର ତ୍ରିଲୋଚନଙ୍କୁ ସଙ୍ଗେସଙ୍ଗେ ଅନୁଗୁଳ ଡାକ୍ତରଖାନା ପଠା ଯାଇଥିଲା । ସେଠାରେ ଅପରାହ୍ନ ଚାରିଟା ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ବର୍ଗତ ପ୍ରଧାନ ଅବସରପ୍ରାପ୍ତ ଶିକ୍ଷକ,ବର୍ଷିଆନ କବି ତଥା ସାହିତ୍ୟିକ ରୂପେ ସ୍ଥାନୀୟ ଅଞ୍ଚଳରେ ପରିଚିତ ଥିଲେ।ତାଙ୍କର କାରଗିଲ ବୀର ପୁସ୍ତକ କୁ ନେଇ ସେ ଚର୍ଚ୍ଚାରେ ଥିଲେ।ଜଗଜ୍ଜନନୀ ସାହିତ୍ୟ ସଂସଦର ସେ ସଭାପତି ଥିଲେ।ତାଙ୍କ ମୃତ୍ୟୁ ଖବର ପାଇ ଖମାର କଲେଜ ଅଧ୍ୟକ୍ଷ ଡ଼ା ଅକ୍ଷୟ କୁମାର ପଣ୍ଡାଙ୍କ ସମେତ ସ୍ଥାନୀୟ ବୁଦ୍ଧିଜୀବୀ ଶୋକ ବ୍ୟକ୍ତ କରିଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ଶବର ପଂଚନାମ। ପାଇଁ ବ୍ୟବସ୍ଥା କରିଛି ।
ବର୍ଷିଆନ ସାହିତ୍ୟିକଙ୍କୁ ଚାପି ଦେଲା କାର
- Post published:September 28, 2021
- Post category:ପ୍ରତିଭା ଓ ବ୍ୟକ୍ତିତ୍ୱ
- Post comments:0 Comments
- Post author:Biswaranjan Pattnaik
