ନାଲକୋନଗରରେ ବସନ୍ତ କବିତା ପାଠୋତ୍ସବ

You are currently viewing ନାଲକୋନଗରରେ ବସନ୍ତ କବିତା ପାଠୋତ୍ସବ

ଅନୁଗୁଳୁ: ନାଲକୋ ସରସ୍ଵତୀ ବିଦ୍ୟାମନ୍ଦିରରେ ସରସ୍ବତୀ ସାହିତ୍ୟ ସଂସଦ ଆନୁକୂଲ୍ୟରେ ‘ବସନ୍ତ କବିତା ପାଠୋତ୍ସବ’ ଅନୁଷ୍ଠିତ ହୋଇଥିଲା । ଉତ୍ସବରେ ମୁଖ୍ୟ ଅତିଥି ଭାବେ ନାଲ୍‌କୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ଧର୍ମପତ୍ନୀ ପୁଷ୍ପମିତ୍ରା ଚୌଧୁରୀ, ସମ୍ମାନୀତ ଅତିଥି ନାଲକୋ ମହାପ୍ରବନ୍ଧକ (ପ୍ରଶାସନ)ଙ୍କ ଧର୍ମପତ୍ନୀ ଅନୀତାରାଣୀ ସାହୁ, କବି ନିରଞ୍ଜନ ପତି, ଅନୁଗୁଳ ସରକାରୀ ମହାବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ରୀନା ମାଣ୍ଡି ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ମଧ୍ୟ କବିତା ପାଠ କରାଯାଇଥିଲା । ମୁଖ୍ୟବକ୍ତା ସାମ୍ପ୍ରତିକ ସ୍ଥିତିରେ ନାରୀର ସ୍ଥାନ ନିରୂପଣ କରିବା ଅବସରରେ ଭାରତୀୟ ସଂସ୍କୃତିର ନାନା ତଥ୍ୟ ଉପସ୍ଥାପନ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ଡ. ଶତ୍ରୁଘ୍ନ ବେହେରା ସଭାରେ ସଭାପତିତ୍ବ କରିଥିବାବେଳେ ସମ୍ପାଦକ ପ୍ରଭାତ କୁମାର ଧର, ଉପାଧ୍ୟକ୍ଷ ଡ. ସିଦ୍ଧନାଥ ସାହୁ, ସାହିତ୍ୟ ସଂସଦର ସମ୍ପାଦିକା ଅହିଂସା ପ୍ରିୟଦର୍ଶିନୀ ସେନାପତି ପ୍ରମୁଖ ମଞ୍ଚାସୀନ ଥିଲେ । ସୁକୃତି ପଟ୍ଟନାୟକ, ବୈରାଗୀ ମଲ୍ଲିକ ମଧ୍ୟ କବିତା ଆସରକୁ ସ୍ୱତନ୍ତ୍ର ଭାବରେ ଆମନ୍ତ୍ରିତ ହୋଇଥିଲେ। ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ବିଭିନ୍ନ ଭାଷାରେ ସ୍ୱରଚିତ କବିତା ପାଠ କରିଥିଲେ । ଡ. ବିଜୟାନନ୍ଦ ପଣ୍ଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

 

Share

Leave a Reply