ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ମାର୍ଚ୍ଚ ୨୦୧୯ ରୁ ୨୦୨୧ ମଧ୍ୟରେ ଜିଲ୍ଲା ସ୍ତରରେ ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ ବେଆଇନ ନିଯୁକ୍ତି ପାଇଥିବା ପାରା ମେଡିକାଲ କର୍ମଚାରୀଙ୍କୁ ବହିଷ୍କାର କରିବାକୁ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି। ସୂଚନା ଯେ, ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ତାଙ୍କ ପତ୍ର ସହଖ୍ୟା୦୦୪୮-୨୧/୩୦୨୩ରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଏକ ଜରୁରୀ ପତ୍ର ଲେଖି ଜଣାଇଛନ୍ତି ଯେ, କ୍ୟାଡର ରୁଲକୁ ଅବମାନନା କରାଯାଇ ୨୦୧୯ ମାର୍ଚ୍ଚ ୧୩ ତାରିଖରୁ ୨୦୨୧ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କେତେକ ଫର୍ମାସିଷ୍ଟ, ରେଡିଓଗ୍ରାଫର ଓ ଲାବୋରେଟାରୀ ଟେକ୍ନିସିଆନଙ୍କୁ ନିଯୁକ୍ତି ଦେଇଛନ୍ତି। ଯାହାକି କ୍ୟାଡର ରୁଲ ଅନୁସାରେ ବେଆଇନ ଅଟେ। ତେଣୁ ଏମାନଙ୍କୁ କାର୍ଯ୍ୟରୁ ତୁରନ୍ତ ବହିଷ୍କାରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବେଆଇନ ପାରାମେଡିକ୍ସ ବହିଷ୍କାର ପାଇଁ ନିର୍ଦ୍ଦେଶ
- Post published:November 13, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
