କୂଅରୁ ଭାଲୁ ଉଦ୍ଧାର, ଖାଦ୍ୟ ଅନ୍ୱେଷଣରେ ଆସି ପଡ଼ିଯାଇଥିଲା

You are currently viewing କୂଅରୁ ଭାଲୁ ଉଦ୍ଧାର, ଖାଦ୍ୟ ଅନ୍ୱେଷଣରେ ଆସି ପଡ଼ିଯାଇଥିଲା

ବଇଣ୍ଡା: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ମଧୁପୁର ଗାଁରେ ଥିବା ଏକ ଖୋଲା କୂଅରୁ ଶୁକ୍ରବାର ରାତିରେ ଏକ ଜଙ୍ଗଲୀ ଭାଲୁକୁ ଉଦ୍ଧାର କରାଯାଇଛି। ଭାଲୁଟି ଖାଦ୍ୟ ଅଭାବ ଯୋଗୁଁ ଗାଁ ଅଭିମୁଖୀ ହୋଇ ଖୋଲା କୂଅରେ ପଡ଼ି ଯାଇଥିଲା। କୂଅରେ ଭାଲୁ ପଡି ଗର୍ଜନ କରୁଥିବାର ଆଜି ସକାଳେ ଅଞ୍ଚଳବାସୀ ଦେଖିବା ପରେ ହଣ୍ଡପା ବନ ବିଭାଗକୁ ସୂଚନା ଦେଇଥିଲେ। ଖବର ପାଇ ହଣ୍ଡପା ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ସୁରକ୍ଷିତ ଅବସ୍ଥାରେ ଭାଲୁକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଥିଲେ।

Share

Leave a Reply