କୂଅରୁ ଭାଲୁ ଉଦ୍ଧାର

You are currently viewing କୂଅରୁ ଭାଲୁ ଉଦ୍ଧାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଝିଣ୍ଟିପାଳ ଗାଁରେ କୂଅରେ ପଡ଼ିଥିବା ଭାଲୁକୁ ୧୦ ଘଣ୍ଟାର ପରିଶ୍ରମ କରି ବୁଧବାର ବନ ବିଭାଗ ଓ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି।ସୂଚନା ଯେ, ଗାଁକୁ ଆଖୁ ଖାଇବାକୁ ଆସି ଦୁଃଶାସନ ଜେନାଙ୍କ ଆଖୁ ବାଡିରେ ଥିବା ଏକ କୂଅରେ ପଡି ଯାଇଥିଲା। ଦୁଃଶାସନ ସକାଳେ କୁଅରେ ପଡିଥିବା ଭାଲୁକୁ ଦେଖି ବନବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଭାଲୁଟିକୁ ୧୦ ଘଣ୍ଟା ପରିଶ୍ରମ କରି ଉଦ୍ଧାର କରିଛନ୍ତି। ଭଲୁଟି ଉଦ୍ଧାର ହେଲା ପରେ ପାଖ ଜଙ୍ଗଲ ଭିତରକୁ ପଳେଇ ଯାଇଛି।

Share

Leave a Reply