ବେଟି ବଚାଓ, ବେଟି ପଢ଼ାଓ ଯୋଜନା ବାଟବଣା

You are currently viewing ବେଟି ବଚାଓ, ବେଟି ପଢ଼ାଓ ଯୋଜନା ବାଟବଣା

ଅନୁଗୁଳ: କେନ୍ଦ୍ର ସରକରଙ୍କ ବେଟି ବଚାଓ ବେଟି ପଢ଼ାଓ ଯୋଜନା ଓଡ଼ିଶାରେ ବାଟବଣା ହୋଇଛି। ବାଳିକା ଓ ବାଳକଙ୍କ ମଧ୍ୟରେ ପ୍ରଭେଦ ଦୂର କରିବା, ଭ୍ରୂଣ ହତ୍ୟା ରୋକିବା ଏବ˚ କନ୍ୟା ରତ୍ନମାନଙ୍କୁ ମିଳିତ କରିବା ପାଇଁ ଏହି ଯୋଜନା ଆରମ୍ଭ କରାଯାଇଥିଲା। ରାଜ୍ୟ ସରକାର ଏହି ଯୋଜନାକୁ ଦେଖି ନିଜର ବିଜୁ କନ୍ୟାରତ୍ନ ଯୋଜନା ଆରମ୍ଭ କଲେ। ହେଲେ ଜନସଚେତନତା ଅଭାବରୁ ନା ଭ୍ରୂଣ ହତ୍ୟା ରୋକାଯାଇପାରିଲା ନା କନ୍ୟା ଶିଶୁମାନଙ୍କ ସ୍କୁଲ୍‌ ପ୍ରବେଶ ସ˚ଖ୍ୟା ବଢ଼ିଲା। ରାଜ୍ୟ ସରକାର ତାଙ୍କ ଯୋଜନାକୁ ପ୍ରଥମେ ୧୫ଟି ଜିଲ୍ଲାରେ ଲାଗୁ କଲେ ହେଁ ସେଭଳି ଆଖିଦୃଶିଆ ଫଳ ମିଳିଲା ନାହିଁ। ଏଣେ କେନ୍ଦ୍ର ସରକାରଙ୍କ ଯୋଜନାରେ ଅର୍ଥ ବ୍ୟବହାର ନ ହୋଇ ପଡ଼ି ରହିଲା। କେବଳ ନୟାଗଡ଼ ଜିଲ୍ଲାରେ ସର୍ବାଧିକ ୬୨ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଥିବାବେଳେ ଢେଙ୍କାନାଳରେ ସର୍ବନିମ୍ନ ୦.୧୨ ପ୍ରତିଶତ ଅର୍ଥ ଖର୍ଚ୍ଚ ହେଲା। ନୟାଗଡ଼କୁ ୪୨.୬୨ ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ୨୫.୫୨ ଲକ୍ଷ ଟଙ୍କା ମାତ୍ର କେନ୍ଦ୍ର ଯୋଜନାରୁ ଖର୍ଚ୍ଚ ହୋଇଛି। ଅନ୍ୟ ୧୪ଟି ଜିଲ୍ଲାକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଥିଲେ ମଧ୍ୟ ତାହା ଖର୍ଚ୍ଚ ହୋଇପାରିନାହିଁ। ତେବେ ୨୦୧୬-୧୭ରୁ ବିଜୁ କନ୍ୟା ରତ୍ନ ଯୋଜନାକୁ ଅଗ୍ରାଧିକାର ଦିଆଯାଇ ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ ଏବ˚ ନୟାଗଡ଼ ଜିଲ୍ଲାରେ କାର୍ଯ୍ୟକ୍ରମ କରାଯାଉଛି। ଏହି ଜିଲ୍ଲାଗୁଡ଼ିକରେ କନ୍ୟା ଭ୍ରୂଣହତ୍ୟା ହ୍ରାସ ପାଇଛି।

Share

Leave a Reply