ଭଗତ ସିଂଙ୍କ ୯୪ ତମ ସହିଦ ଦିବସ: ମୋଟରସାଇକେଲ ଶୋଭାଯାତ୍ରାରେ ସହର ପରିକ୍ରମା କଲେ ଛାତ୍ର-ଯୁବକ

You are currently viewing ଭଗତ ସିଂଙ୍କ ୯୪ ତମ ସହିଦ ଦିବସ: ମୋଟରସାଇକେଲ ଶୋଭାଯାତ୍ରାରେ ସହର ପରିକ୍ରମା କଲେ ଛାତ୍ର-ଯୁବକ

ଜରପଡ଼ା: ସହିଦ-ଏ-ଆଜମ ଭଗତ ସିଂଙ୍କ ୯୪ ତମ ସହିଦ ଦିବସ ଉପଲକ୍ଷେ ତୁକୁଡା ଗ୍ରାମର ଛାତ୍ର-ଯୁବକମାନେ ରାଜସଂସ୍କାର କମିଟି ଏବଂ ଡି.ଓ୍ବାଇ.ଓ. ଉଦ୍ୟୋଗରେ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରି କଞ୍ଜରା, ବିମଳବେଡା, ମୁଣ୍ଡାସାହି ଛକ ଓ ଜରପଡା ଗ୍ରାମ ଆଦି ପରିକ୍ରମା କରିଥିଲେ।

କାର୍ଯ୍ୟକ୍ରମରେ ସାମିଲ ଥ‌ିବା ଡି.ଓ୍ୱାଇ.ଓ. ରାଜ୍ୟ ସଭାପତି ମାନସ ପାଳ ଭଗତ ସିଂଙ୍କ ସଂଗ୍ରାମୀ ଜୀବନକୁ ଛାତ୍ର-ଯୁବକମାନେ ଅନୁକରଣ କରିବା ସହିତ ସମାଜର ପ୍ରଗତିଶୀଳ ପରିବର୍ତ୍ତନ ପାଇଁ ଦାୟିତ୍ଵବାନ୍ ହେବାକୁ ପରାମର୍ଶ ଦେଇଥିଲେ। ଯୁବ ସଂଗଠକ ସୁମନ୍ତ ସାହୁ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଯୁବ ସଂଗଠକ ଭରତ କୁମାର ନାଏକ, ଦୁଃଖବନ୍ଧୁ ବେହେରା, ଚାଷୀ ସଂଗଠକ ରଣଜିତ୍ ପ୍ରଧାନ, ବ୍ୟାସଦେବ ମହାପାତ୍ର, ଆଶୁତୋଷ ସାହୁ, ସନ୍ଦିପ ପ୍ରଧାନ, ବବୁଲ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ଥିଲେ।

Share

Leave a Reply