ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷଭାବେ ନିଯୁକ୍ତ ହେଲେ ଭୀମସେନ ଦେହୁରୀ

0

ଅନୁଗୁଳ : ଅନୁଗୁଳ ଜିଲ୍ଲା ସ୍ଥିତ ତାଳଚେର ସହରସ୍ଥିତ ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦିଆଯାଇଛି। ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପତ୍ର ସଂଖ୍ୟା ଏଚ .ଇ ଏନ ସି ଟି -୧ (“HENCT-1,MI.SC) ୨୯/୮/୨୦୨୪ ଅନୁଯାୟୀ ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ଭୀମସେନ ଦେହୁରୀଙ୍କୁ ଅବସ୍ଥାପିତ କରାଯାଇଛି।

ଯୁକ୍ତ ତିନି ବିଭାଗର ରାଜନୀତି ବିଭାଗ ଅଧ୍ୟାପକ ଶ୍ରୀ ଦେହୁରୀ ଗତ କାଲି ୩୦ ତାରିଖ ଯୁକ୍ତ ଦୁଇ ବିଭାଗର ଅଧ୍ୟକ୍ଷା ଶିବାନୀ ମହାପାତ୍ରଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିବା କଲେଜ ପକ୍ଷରୁ ସୂଚନା ମିଳିଛି। ଶ୍ରୀ ଦେହୁରୀ ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କୁ କଲେଜ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଯାଇଛି। ତେବେ ଏହି ମହାବିଦ୍ୟାଳୟକୁ କିଛି ଦିନ ତଳେ ଯୁକ୍ତ ତିନି ପାଇଁ ଅନୁମତି ମିଳିଥିବା ବେଳେ ଏବେ ନୂତନ ଅଧ୍ୟକ୍ଷ ନିଯୁକ୍ତି ହୋଇଛନ୍ତି। ଆଗକୁ ଶିକ୍ଷା କ୍ଷେତ୍ରରେ ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟ ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ନୂତନ ଅଧ୍ୟକ୍ଷ ଆଶା ପ୍ରକାଶ କରିଛନ୍ତି। ସମସ୍ତଙ୍କୁ ନେଇ ସେ ମହାବିଦ୍ୟାଳୟର ଉନ୍ନତି କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Leave A Reply

Your email address will not be published.

error: Content is protected !!