ଅନୁଗୁଳ: ଆଜି ଅନୁଗୁଳ ବ୍ଲକ ଟାଇଁସି ଗାଁର ନାଣ୍ଡୁ ପେଣ୍ଠେଇଙ୍କ ଘରେ ଗୋଟିଏ ଛେଳି ଏକ ବିଚିତ୍ର ଛୁଆକୁ ଜନ୍ମ ଦେଇଥିଲା।ଛେଳି ଛୁଆଟି ମଣିଷ ଛୁଆ ଭଳି ଦିଶୁଥିଲା। ହାତ ଗୋଡ ମୁଣ୍ଡ ମଣିଷ ଭଳି ଦିଶୁଥିଲା।ଏହି ଅଦ୍ଭୁତ ଜିବକୁ ଦେଖିବା ପାଇଁ ନାଣ୍ଡୁ ଘରେ ଗାଁ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା।ଜନ୍ମ ବେଳେ ଛେଳି ଛୁଆଟି ବଞ୍ଚିଥିଲା। କିଛି ସମୟ ପରେ
ଛୁଆଟି ମରିଯିବାରୁ ଘର ଲୋକେ ତାକୁ ପୋତି ଦେଇଥିଲେ। ପ୍ରାଣୀ ଧନ ବିଶେଷଜ୍ଞଙ୍କ ମତରେ ଏହା ଏକ ବିରଳ କଞ୍ଜେନିଟାଲ ତ୍ରୁଟି।ଏହି ସମସ୍ୟା ଥିଲେ ବିକୃତ ଛୁଆ ଜନ୍ମ ନେଇଥାଏ।
ବିଚିତ୍ର କଥା: ଛେଳି ଦେଇଛି ମଣିଷ ଛୁଆ !
