ଧରମପୁର ପଞ୍ଚାୟତବାସୀଙ୍କ ବଡ଼ ନିଷ୍ପତ୍ତି: କୋଇଲା ଖଣି ପାଇଁ ପ୍ରାଇଭେଟ୍ କମ୍ପାନୀକୁ ଜାଗା ଦେବାକୁ କଲେ ରୋକଠୋକ୍ ମନା

You are currently viewing ଧରମପୁର ପଞ୍ଚାୟତବାସୀଙ୍କ ବଡ଼ ନିଷ୍ପତ୍ତି: କୋଇଲା ଖଣି ପାଇଁ ପ୍ରାଇଭେଟ୍ କମ୍ପାନୀକୁ ଜାଗା ଦେବାକୁ କଲେ ରୋକଠୋକ୍ ମନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍ ଧରମପୁର ଗ୍ରାମ ସ୍ଥିତ କୁଶଳେଶ୍ବର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଧରମପୁର ପଞ୍ଚାୟତ ଅଧୀନରେ ଯାଉଥିବା ଗ୍ରାମ ସଭାପତି ଓ ଅଞ୍ଚଳବାସୀଙ୍କ ଏକ ବୈଠକ ଆଜି ଅନୁଷ୍ଠିତ ହୋଇଛି। କୋଇଲାଖଣି ସମ୍ବନ୍ଧରେ ଏକ ବୈଠକ ବସିଥିଲା। ବୈଠକରେ ପଞ୍ଚାୟତବାସୀ କହିଥିଲେ ଯେ ପ୍ରାଇଭେଟ୍ କମ୍ପାନୀ ନେଲେ ଆମେ ଜାଗା ଦେବୁନାହିଁ।

ସେମାନେ ଆହୁରି କହିଛନ୍ତି, ଯଦି ସରକାରଙ୍କ ଅଧୀନରେ ଯାଉଥିବା ଏମସିଏଲ ଏହି କୋଇଲା ଖଣି ଅଧିଗ୍ରହଣ କରେ କିମ୍ବା ଖନନ କାର୍ଯ୍ୟ କରେ। ଏଥିସହ ପଞ୍ଚାୟତବାସୀଙ୍କ ଥଇଥାନ, ସ୍କୁଲ୍, ମେଡିକାଲ, ମନ୍ଦିର, ପୋଖରୀ ଏବଂ ଜମି ତଥା ଗମନାଗମନର ସମସ୍ତ ସୁବିଧା କରେ, ତେବେ ଅଞ୍ଚଳବାସୀ ଜମି ଦେବା ଦିଗରେ ଚିନ୍ତା କରିବେ ବୋଲି କହିଛନ୍ତି।

ସୂଚନା ମୁତାବକ, ୨୦୨୩ ମସିହାରେ ଏମସିଏଲ ଦ୍ବାରା ଏକ ବିଜ୍ଞପ୍ତି ଜାରି କରି କୁହାଯାଇଥିଲା ଯେ ତାଳଚେରରେ ଆଉ ଗୋଟିଏ କୋଇଲାଖଣି ହେବ। ନାଁ ରଖାଯିବ ସାକ୍ଷୀଗୋପାଳ -ବି (କଙ୍କିଲି ଖୋଲା କୋଇଲାଖଣି)। ରୁଙ୍ଗଟା ଆଣ୍ଡ ସନସ୍ ପ୍ରାଇଭେଟ୍ କମ୍ପାନୀ ଏହି ଜାଗାକୁ ଖନନ ପାଇଁ ଲିଜ ନେଇଛି। ତେବେ ଏହି କୋଇଲାଖଣି ହେବା କିମ୍ବା ଏହାକୁ ପ୍ରାଇଭେଟ୍ କମ୍ପାନୀ ନେଉଛି ବୋଲି ସରପଞ୍ଚଙ୍କୁ କିନ୍ତୁ ଚିଠି ହୋଇନଥିଲା। ଏପରିକି ବିନା ପଲ୍ଲୀ ସଭାରେ ଲୋକଙ୍କୁ ନ ଜଣାଇ କୋଇଲା ଖନନର ବୋରିଂ କାର୍ଯ୍ୟ ଆରମ୍ଭ କରିବା ପରେ ଲୋକମାନେ ଏହାକୁ ଦୃଢ଼ ନିନ୍ଦା କରିବା ସହ ବିରୋଧ କରିଛନ୍ତି। ବିରୋଧ ପରେ ଏମସିଏଲର ଖନନ ପାଇଁ ପ୍ରାଇଭେଟ୍ କମ୍ପାନୀ ପକ୍ଷରୁ କୋଇଲା ଖନନ ହେବାକୁ ଥିବା ୧୧ଟି ଗ୍ରାମର ସଭାପତିଙ୍କୁ ଚିଠି ଦେଇଛି କମ୍ପାନୀ। ମାତ୍ର ଆଜିର ବୈଠକରେ କୌଣସି ପ୍ରାଇଭେଟ୍ କମ୍ପାନୀକୁ ଜାଗା ଅଧିଗ୍ରହଣ ଓ କୋଇଲା ଖନନ କରିବାକୁ ନଦେବା ପାଇଁ ନିଷ୍ପତ୍ତି ହୋଇଛି।

Share

Leave a Reply