ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳଙ୍କ ଏପ୍ରିଲ, ମେ ଓ ଜୁନ୍ ମାସ ପାଇଁ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏଥିରେ ଜିଲ୍ଲାପାଳ ଅବଦାଲ ମୁହମ୍ମଦ୍ ଅଖତରଙ୍କ ସହ ଆରକ୍ଷୀ ଅଧୀକ୍ଷକ ରାହୁଳ ଜୈନ ଓ ଅନ୍ୟ ଅଧିକାରୀମାନେ ଯୋଗ ଦେବେ।
ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଏପ୍ରିଲ ୭ ତାରିଖ (ସୋମବାର) ପୂର୍ବାହ୍ନ ୭ଟାରେ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ କିଶୋରନଗର ବ୍ଲକ କାର୍ଯ୍ୟାଳୟ, ୧୫ତାରିଖ (ମଙ୍ଗଳବାର) ପୂର୍ବାହ୍ନ ୧୦ ଟାରେ ଜିଲ୍ଲା ସଦର ମହକୁମା (ସର୍କିଟ ହାଉସ୍ ଅଡିଟୋରିୟମ), ୨୧ ତାରିଖ (ସୋମବାର) ପୂର୍ବାହ୍ନ ୭ଟାରେ ତାଳଚେର ବ୍ଲକ କାର୍ଯ୍ୟାଳୟ, ୨୮ତାରିଖ (ସୋମବାର) ପୂର୍ବାହ୍ନ ୭ଟାରେ ବଅଁରପାଳ ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବ।
ସେହିପରି ମେ ମାସ ୫ତାରିଖ(ସୋମବାର) ପୂର୍ବାହ୍ନ ୭ଟାରେ କଣିହାଁ ବ୍ଲକ କାର୍ଯ୍ୟାଳୟ, ୧୩ତାରିଖ (ମଙ୍ଗଳବାର) ପୂର୍ବାହ୍ନ ୧୦ଟାରେ ଜିଲ୍ଲା ସଦର ମହକୁମା (ସର୍କିଟ ହାଉସ୍ ଅଡିଟୋରିୟମ), ୧୯ ତାରିଖ (ସୋମବାର) ପୂର୍ବାହ୍ନ ୭ଟାରେ ଛେଣ୍ଡିପଦା ବ୍ଲକ କାର୍ଯ୍ୟାଳୟ, ୨୬ତାରିଖ (ସୋମବାର) ପୂର୍ବାହ୍ନ
୭ଟାରେ ଆଠମଲ୍ଲିକ ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ। ସେହିପରି ଜୁନ୍ ୨ତାରିଖ (ସୋମବାର) ପୂର୍ବାହ୍ନ ୭ଟାରେ ତାଳଚେର ବ୍ଲକ କାର୍ଯ୍ୟାଳୟ, ୯ ତାରିଖ (ସୋମବାର) ପୂର୍ବାହ୍ନ ୭ ଟାରେ କିଶୋରନଗର ବ୍ଲକ କାର୍ଯ୍ୟାଳୟ, ୧୬ତାରିଖ (ସୋମବାର) ପୂର୍ବାହ୍ନ ୧୦ଟାରେ ଜିଲ୍ଲା ସଦର ମହକୁମା (ସର୍କିଟ ହାଉସ୍ ଅଡିଟୋରିୟମ), ୨୩ତାରିଖ (ସୋମବାର) ପୂର୍ବାହ୍ନ ୭ଟାରେ ଛେଣ୍ଡିପଦା ବ୍ଲକ କାର୍ଯ୍ୟାଳୟ ଓ ୩୦ ତାରିଖ (ସୋମବାର) ପୂର୍ବାହ୍ନ ୭ଟାରେ ବଅଁରପାଳ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବ। ଶୁଣାଣି ବେଳେ ସମ୍ପୃକ୍ତ ଅଞ୍ଚଳର ଜନସାଧାରଣ ଯୋଗ ଦେଇ ନିଜ ଆପତ୍ତି ଅଭିଯୋଗ ଉପସ୍ଥାପନ କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ କୁହାଯାଇଛି।
ସୂଚନା ମୁତାବକ, ଜନସାଧାରଣ ମିଳିତ ଜଣ ଶୁଣାଣି ନିମନ୍ତେ ଅନ୍ ଲାଇନ୍ ପଞ୍ଜିକରଣ କରିବେ। ଏଥିପାଇଁ ଓଡିଶା ସରକାରଙ୍କ ଜନଶୁଣାଣି ପୋର୍ଟାଲ (https://janasunani.odisha.gov.in) ମାଧ୍ୟମରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ସାକ୍ଷାତ କରିପାରିବେ। ଏଥିସହ ଅଣପଞ୍ଜିକୃତ ଆବେଦକାରୀଙ୍କ ଅଭିଯୋଗ ପତ୍ରଗୁଡିକୁ ମିଳିତ ଶୁଣାଣି ଶିବିରରେ ସିଧାସଳଖ ଗ୍ରହଣ କରାଯାଇପାରିବ ବୋଲି ସୂଚନା ଦିଆଯାଇଛି। ଖରା ପାଇଁ ସମସ୍ତ ଜନଶୁଣାଣି କେନ୍ଦ୍ରରେ ପର୍ଯ୍ୟାପ୍ତ ପାଣି, ଛାଇ ଆଦି ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।