ବେନ୍ତପୁରରେ ଦୁର୍ଗାଦେବୀଙ୍କ ବାର୍ଷିକ ଯାତ୍ରା, ଗ୍ରାମ ପରିକ୍ରମା କଲେ ମା’

You are currently viewing ବେନ୍ତପୁରରେ ଦୁର୍ଗାଦେବୀଙ୍କ ବାର୍ଷିକ ଯାତ୍ରା, ଗ୍ରାମ ପରିକ୍ରମା କଲେ ମା’

ଅନୁଗୁଳ: ଅନୁଗୁଳ ବ୍ଲକ ଅନ୍ତର୍ଗତ କାଙ୍ଗୁଲା ବେନ୍ତପୁର ଗ୍ରାମରେ ଦୁର୍ଗାଦେବୀଙ୍କ ବାର୍ଷିକ ଯାତ୍ରା ଅନୁଷ୍ଠିତ ହୋଇଛି। ଏ ଅବସରରେ ଶୁକ୍ରବାର ଅପରାହ୍ନରେ ଗାଁରେ ଥିବା ଆଲମ ଘରେ ପୂଜାର୍ଚ୍ଚନା ପରେ ମା’ଙ୍କ ଆଲାମ ବାହାରି ଗ୍ରାମ ପରିକ୍ରମା କରିଥିଲା। ବାଜା, ବାଣ, ଘୋଡ଼ାନାଚ, ଘଣ୍ଟ, ଲାଉଡ଼ି ବାଡ଼ି ଆଦି ପାରମ୍ପରିକ ନୃତ୍ୟଗୀତରେ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ଡିଜେ ସାଉଣ୍ଡର ତାଳେତାଳେ ଯୁବପିଢ଼ି ନାଚୁଥିବା ବେଳେ ଗାଁ ଦାଣ୍ଡରେ ପ୍ରତି ଘର ମୁହଁରେ ଲିପା ପୋଛା ହୋଇ ଗାଁ ଲୋକ ଶୁଭକଳସ ବସାଇଥିଲେ। ଗ୍ରାମ ପରିକ୍ରମା କରି ଆଲାମ ଗାଁ ମୁଣ୍ଡରେ ଥିବା ଦୁର୍ଗାଦେବୀଙ୍କ ମନ୍ଦିରରେ ପହଞ୍ଚିଥିଲା। ସେଠାରେ ମା’ଙ୍କ ଷୋଡ଼ଶ ପୂଜା ସମାପନ ବା ପରେ ଭକ୍ତମାନେ ଦର୍ଶନ କରିଥିଲେ। ମା’ଙ୍କ ଦର୍ଶନ ପାଇଁ ଦୁଇ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

Share

Leave a Reply