ଏନଟିପିସି ତାଳଚେର ଥର୍ମାଲ ପ୍ରକଳ୍ପର ନୂତନ ମୁଖ୍ୟ ଭାବରେ ଦାୟିତ୍ୱ ନେଲେ ବିଜୟ ଚାନ୍ଦ

You are currently viewing ଏନଟିପିସି ତାଳଚେର ଥର୍ମାଲ ପ୍ରକଳ୍ପର ନୂତନ ମୁଖ୍ୟ ଭାବରେ ଦାୟିତ୍ୱ ନେଲେ ବିଜୟ ଚାନ୍ଦ

ତାଳଚେର : ଏନଟିପିସି ତାଳଚେର ଥର୍ମାଲ ପ୍ରକଳ୍ପର ନୂତନ ମୁଖ୍ୟ ଭାବରେ ବିଜୟ ଚାନ୍ଦ ଜୁଲାଇ ୧୦ରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଜଣେ ମେକାନିକାଲ୍ ଇଞ୍ଜିନିୟରିଂ ସ୍ନାତକ ଭାବେ ଶ୍ରୀ ଚାନ୍ଦ ୧୯୮୯ ମସିହାରେ ଜଣେ ଏକ୍‌ଜିକ୍ୟୁଟିଭ ଟ୍ରେନି ଭାବରେ ଏନଟିପିସି ସହିତ ତାଙ୍କର ଉଲ୍ଲେଖନୀୟ ଯାତ୍ରା ଆରମ୍ଭ କରିଥିଲେ। ବର୍ଷ ବର୍ଷ ଧରି ସେ ଏନଟିପିସିର ବିଭିନ୍ନ ସ୍ଥାନ ଯଥା: କାହଲଗାଓଁ, ବଦରପୁର, ମେଜା, ଦର୍ଲିପଲ୍ଲୀ ଏବଂ ନୋଏଡାର ଇଓସିରେ ବିଭିନ୍ନ ପଦପଦବୀରେ ଅବସ୍ଥାପିତ ହୋଇଥିଲେ।

ବର୍ତ୍ତମାନର ନିଯୁକ୍ତି ପୂର୍ବରୁ ଶ୍ରୀ ଚାନ୍ଦ ଏନଟିପିସି ବଦରପୁର ଠାରେ ପ୍ରୋଜେକ୍ଟର ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ। ଏନଟିପିସି ତାଳଚେର ଥର୍ମାଲରେ ତାଙ୍କର ନୂତନ ଭୂମିକାରେ ସେ ସମସ୍ତ କାର୍ଯ୍ୟକଳାପର ତଦାରଖ କରିବା ସହ ତାଳଚେର ଥର୍ମାଲରେ ୧୩୨୦ ମେଗାୱାଟ ଷ୍ଟେଜ୍ -୩ ୟୁନିଟର ଚାଲିଥିବା ପ୍ରକଳ୍ପ କାର୍ଯ୍ୟ ସହିତ ସମନ୍ୱୟ ରକ୍ଷା କରିବାରେ ଦାୟିତ୍ୱ ଗ୍ରହଣ କରିବେ।

Share

Leave a Reply