ରାତି ଅଧିଆ ବାଇକ୍ ସହ ଅନ୍ୟ ଆସବାବ ପତ୍ର ଚୋରି

You are currently viewing ରାତି ଅଧିଆ ବାଇକ୍ ସହ ଅନ୍ୟ ଆସବାବ ପତ୍ର ଚୋରି

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ସନ୍ତ୍ରୀ ଗ୍ରାମରୁ ଏକ ବାଇକ୍ ଚୋରି ହୋଇଥବା ନେଇ ବଅଁରପାଳ ଥାନାରେ ଅଭିଯୋଗ ହୋଇଛି। ଏ ନେଇ ସନ୍ତୋଷ କୁମାର ବେହେରା ଅଭିଯୋଗ କରିଛନ୍ତି।
ସୂଚନା ମୁତାବକ, ସନ୍ତ୍ରୀ ଗ୍ରାମର ମା ଲୋଭୀ ଠାକୁରାଣୀଙ୍କ ପୀଠର ଫାଟକ ନିର୍ମାଣ କରାଯାଉଛି। ଏଣୁ କାର୍ଯ୍ୟ କରୁଥିବା ଲୋକମାନେ ସେଠାରେ ରହୁଛନ୍ତି। ସେଠାରୁ ମଙ୍ଗଳବାର ରାତିରେ ଏକ ବାଇକ୍, ଆସବାବ ପତ୍ର, ଗ୍ୟାସ୍ ଚୁଲା ଏବଂ କିଛି ସାମଗ୍ରୀ ଚୋରି ହୋଇଥିବା ନେଇ ସନ୍ତୋଷ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ଥାନା ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ କରାଯାଉଥିବା ଜଣାଯାଇଛି।

Share

Leave a Reply