ବାଇକକୁ ଧକ୍କା ଦେଲା ଟ୍ରକ: ଘଟଣାସ୍ଥଳରେ ମା’-ପୁଅଙ୍କ ମୃତ୍ୟୁ, ବାପା ଗୁରୁତର

You are currently viewing ବାଇକକୁ ଧକ୍କା ଦେଲା ଟ୍ରକ: ଘଟଣାସ୍ଥଳରେ ମା’-ପୁଅଙ୍କ ମୃତ୍ୟୁ, ବାପା ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ନୂଆହତା ଓଭର ବ୍ରିଜ ଅଣ୍ଡର ପାସରେ ଟ୍ରକ ଧକ୍କାରେ ବାଇକ ଆରୋହୀ ମା’- ପୁଅଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ବାପା ଗୁରୁତର ଆହତ ହୋଇଛନ୍ତି। ମୃତ ମା’ ହେଲେ ମନୀଷା ସାଓ(୩୦) ଓ ପୁଅ ହର୍ସାଦ ରାଠୋର (୩)। ଏଥିସହ ଗୁରୁତର ବାପା ହେଲେ ରୋହିତ ରାଠୋର (୩୮)। ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଟାଟା ପ୍ଲାଣ୍ଟରୁ ବଅଁରପାଳ ଅଭିମୁଖେ ବାଇକରେ ଯାଉଥିବା ସମୟରେ ପଛପାଖରୁ ଏକ କୋଇଲା ବୋଝେଇ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ବାଇକରୁ ମା’ ଓ ପୁଅ ଖସି ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ବାପା ଗୁରୁତର ଅବସ୍ଥାରେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ପୋଲିସ ମୃତ ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

Share

Leave a Reply