ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ତୁରୁଡ଼ା ଗ୍ରାମରେ ରବିବାର ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ ବିଜେଡି ନେତା ନଳିନୀ କାନ୍ତ ପ୍ରଧାନ ଯୋଗ ଦେଇ ଅନ୍ୟ ଦଳରୁ ଆସିଥିବା କୃଷ୍ଣଚନ୍ଦ୍ର ସାହୁ, ବସନ୍ତ ବିଶ୍ୱାଳ, ନିରଞ୍ଜନ ସାହୁ, ଶ୍ରୀକ୍ଷେତ୍ର ବେହେରା, ଦୁର୍ଯ୍ୟୋଧନ ବେହେରା, ନରେନ୍ଦ୍ର ବେହେରା, ସୁଶାନ୍ତ ସେଠିଙ୍କୁ ବିଜେଡି ପତାକା ସହ ପୁଷ୍ପ ଗୁଚ୍ଛ ଦେଇ ଦଳକୁ ସ୍ୱାଗତ କରିଥିଲେ l ଏଥିସହ ସେମାନେ ଯୋଗ ଦେଲେ ବିଜେଡି ଆହୁରି ମଜଭୁତ ହେବ ଓ ଆଗାମୀ ଦିନରେ ଦଳ ଆଠମଲ୍ଲିକରେ ଭଲ ପ୍ରଦର୍ଶନ କରିବ ବୋଲି କହିଥିଲେ l କାର୍ଯ୍ୟକ୍ରମରେ ବିଜେଡି ନେତା ତପନ ସାହୁ, ଦୁର୍ଯ୍ୟୋଧନ ପ୍ରଧାନ, ସୁଦାମ ସାହୁ, ଲୋକନାଥ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ l
କିଶୋରନଗର ବ୍ଲକରେ ବିଜେଡିର ମିଶ୍ରଣ ପର୍ବ, ଯୋଗ ଦେଲେ ଅନ୍ୟଦଳର ଏକାଧିକ ନେତା
- Post published:April 8, 2024
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
