ଅନୁଗୁଳରେ ବିଜେଡି ସଦସ୍ୟତା ଅଭିଯାନ ସମୀକ୍ଷା ବୈଠକ, ୨୮ ତମ ପ୍ରତିଷ୍ଠା ଦିବସ ପାଳନ ନେଇ ଆଲୋଚନା

You are currently viewing ଅନୁଗୁଳରେ ବିଜେଡି ସଦସ୍ୟତା ଅଭିଯାନ ସମୀକ୍ଷା ବୈଠକ, ୨୮ ତମ ପ୍ରତିଷ୍ଠା ଦିବସ ପାଳନ ନେଇ ଆଲୋଚନା

ଅନୁଗୁଳ: ଅନୁଗୁଳ ସଦର ମହକୁମା ଠାରେ ୪ ଗୋଟି ନିର୍ବାଚନ ମଣ୍ଡଳୀ ଅନୁଗୁଳ, ତାଳଚେର, ଛେଣ୍ଡିପଦା ଓ ଆଠମଲ୍ଲିକ ସଦସ୍ୟତା ଅଭିଯାନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।

ବୈଠକରେ ରାଜ୍ୟ ବିଜେଡି ସଦସ୍ୟତା ଅଭିଯାନ ଆବାହକ ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବରିଷ୍ଠ ବିଜେଡି ନେତା ବିଜୟ ନାୟକ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନ, ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ, ରାଜ୍ୟ ବିଜେଡି ଆବାହକ ଦୀପକ ମହାପାତ୍ର, ସମବାୟ ବ୍ୟାଙ୍କର ସଭାପତି ସନ୍ତୋଷ ପ୍ରଧାନ, ଅରୁଣାଭ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ଏଥି ସହିତ ଆସନ୍ତା ୨୬ ତାରିଖ ଦିନ ଦଳର ୨୮ତମ ପ୍ରତିଷ୍ଠା ଦିବସ ପ୍ରତି ନିର୍ବାଚନ ମଣ୍ଡଳୀରେ ପାଳନ ହେବା ନେଇ ଆଲୋଚନା ହୋଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ବ୍ଲକର ବିଜେଡି ସଭାପତି, ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସଭ୍ୟ, ଡିଜିଟାଲ ସଦସ୍ୟତା ଅଭିଯାନ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply