ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ କଣିହାଁ ବ୍ଲକ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ସାଧାରଣ ନିର୍ବାଚନ ୨୦୨୪ରେ ବିଜୁ ଜନତା ଦଳର ବିପର୍ଯ୍ୟୟ ପରେ ଦଳର ଏହା ଥିଲା ପ୍ରଥମ ବୈଠକ।
ବୈଠକରେ ପାଳଲହଡାର ପୂର୍ବତନ ବିଧାୟକ ମୁକେଶ କୁମାର ପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ, ନିର୍ବାଚନରେ ହାରିବା ଜିତିବା ଏକ ପ୍ରକିୟା। ଆମେ ପରାଜୟ ବରଣ କରିଛନ୍ତି କିନ୍ତୁ ଏଥିପାଇଁ ନିରାଶ ନ ହୋଇ ସାଧାରଣ ଲୋକ ସହ ରହି ସେମାନଙ୍କୁ ପୂର୍ବ ଭଳି ସହଯୋଗ କରିବା।
ବୈଠକରେ କଣିହାଁ ବ୍ଲକ ୧୯ଟି ପଞ୍ଚାୟତର ସମସ୍ତ କର୍ମକର୍ତ୍ତାଙ୍କ ସମେତ କଣିହାଁ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରଶ୍ମିତା ସେଠି, କଣିହାଁ ବ୍ଲକ ସାଧାରଣ ସମ୍ପାଦକ ହିମାଚଳ ପଣ୍ଡା, ପାଳଲହଡ଼ା ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ସୁବାସ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।