ଅନୁଗୁଳ: ଅନୁଗୁଳରେ ସମବାୟ ପ୍ରକୋଷ୍ଠ ସଦସ୍ୟତା ଅଭିଯାନ ଆରମ୍ଭ। ଅନୁଗୁଳ ଜିଲ୍ଲା ସମବାୟ ପ୍ରକୋଷ୍ଠର ସଂଯୋଜକ ଦିଲ୍ଲୀପ ପ୍ରଧାନଙ୍କ ନେତୃତ୍ୱରେ ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ସଦସ୍ୟତା ସମ୍ପର୍କୀୟ ଏକ ବୈଠକ ଅନୁଷ୍ଠିତ ହୋଇଛି।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସମବାୟ ପ୍ରକୋଷ୍ଠର ସଂଯୋଜକ ଶ୍ରୀରଞ୍ଜନ ମଙ୍ଗରାଜ, ସମ୍ମାନିତ ଅତିଥି ଭାବେ ରାଜ୍ୟ ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି ଅକ୍ଷୟ ମହାନ୍ତି, ଜିଲ୍ଲା ସମବାୟ ପ୍ରକୋଷ୍ଠର ସହ ସଂଯୋଜକ ଅଜିତ କୁମାର ପ୍ରଧାନ, ଅନ୍ୟତମ ସହ ସଂଯୋଜକ ନରେଶ ଦାସ ଓ ଅଜିତ ପ୍ରଧାନଙ୍କ ସହ ଜିଲ୍ଲାର କେନ୍ଦ୍ର ସମବାୟ ବ୍ୟାଙ୍କର ୮ଟି ଶାଖାରୁ ସଭାପତି ଓ ନିର୍ଦ୍ଦେଶକ ମାନେ ଯୋଗ ଦେଇଥିଲେ।