ଫାଇଭ ଟି ସଚିବଙ୍କ ଗସ୍ତକୁ ବିରୋଧ କରି ବିଜେପିର ପ୍ରଶ୍ନ: ବାବୁଙ୍କ ଗସ୍ତ ପାଇଁ ଏତେ ଟଙ୍କା ଆସିଲା କୁଆଡ଼ୁ?

You are currently viewing ଫାଇଭ ଟି ସଚିବଙ୍କ ଗସ୍ତକୁ ବିରୋଧ କରି ବିଜେପିର ପ୍ରଶ୍ନ: ବାବୁଙ୍କ ଗସ୍ତ ପାଇଁ ଏତେ ଟଙ୍କା ଆସିଲା କୁଆଡ଼ୁ?

ଅନୁଗୁଳ: ମଙ୍ଗଳବାର ୫-ଟି ସଚିବଙ୍କ ଆଠମଲ୍ଲିକ ଗସ୍ତକୁ ବିଜେପି ବିରୋଧ କରିବା ସହ କଳା ଦିବସ ଭାବେ ପାଳନ କରିଛି। ଏ ଅବସରରେ କିଶୋର ନଗର ହାଇସ୍କୁଲ ନିକଟରେ ଧାରଣା ବିକ୍ଷୋଭ ଓ ପ୍ରତିବାଦ ସଭା ବିଜେପି ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ହୋଇଛି।

ସଚିବଙ୍କ ଗସ୍ତ ପାଇଁ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ଓ ଏତେ ଟଙ୍କା କେଉଁଠୁ ଆଣିଲେ ବୋଲି ଜିଲ୍ଲାପାଳଙ୍କୁ ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି। ଅନୁଗୁଳ ଜିଲ୍ଲାରେ ଦଶଟି ସ୍ଥାନରେ ହେଲିପ୍ୟାଡ଼ କରି ଟେଣ୍ଟ ଭିଡି, ଗାଡି ଲଗାଇ, ଲୋକ ଆଣି, ଖାଇବା ପିଇବା କରାଇବାରେ ଆନୁମାନିକ ପନ୍ଦର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଛି। ଏ ଟଙ୍କା କେଉଁଠୁ ଆଣିଲେ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି। ତେବେ ଏହି ଅର୍ଥ ସାଧାରଣ ଲୋକଙ୍କ କର ଖଜଣା ପଇସା, ନା କଳାଧନ ନା ପିସି ପଇସା ତାହା ଜିଲ୍ଲାପାଳ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଏହି ପ୍ରତିବାଦ ସଭାରେ ଆଠମଲ୍ଲିକ ବିଜେପିର ସଂଯୋଜକ ଡା ଅଲେଖ ପ୍ରଧାନ, ଜିଲ୍ଲା କୋଷାଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ଅଜିତ ପ୍ରଧାନ, ମଣ୍ଡଳ ସଭାପତି ବାନାମ୍ବର ପ୍ରଧାନ, ରମେଶ ଜେନାମଣି, ଅର୍ଜୁନ ପାଣ୍ଡେ, ହେମନ୍ତ ପ୍ରଧାନ, ରତ୍ନାକର ପ୍ରଧାନ, ଅଲେଖ ପ୍ରଧାନ, ହୃଦାନନ୍ଦ ପ୍ରଧାନ, ବଂଶୀଧର ସେଠି, ସରୋଜ ସାହୁ, ସନ୍ତୋଷ ଦାସଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Share

Leave a Reply