୫-ଟି ସଚିବଙ୍କ ଅନୁଗୁଳ ଗସ୍ତକୁ ବିଜେପିର ତୀବ୍ର ବିରୋଧ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେଲେ ଗଣଧାରଣା

You are currently viewing ୫-ଟି ସଚିବଙ୍କ ଅନୁଗୁଳ ଗସ୍ତକୁ ବିଜେପିର ତୀବ୍ର ବିରୋଧ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେଲେ ଗଣଧାରଣା

ଅନୁଗୁଳ: ୫-ଟି ସଚିବଙ୍କ ଅନୁଗୁଳ ଗସ୍ତକୁ ବିରୋଧ କରି ଆଜି ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ଗଣଧାରଣା ଦିଆଯାଇଛି।

ଏ ଅବସରରେ ଶ୍ରୀ ପ୍ରଧାନ କହିଥିଲେ, ଓଡିଶାରେ ବିଜେଡି ସରକାରଙ୍କ ଅମଲାତନ୍ତ୍ର ଶାସନ କରୁଛି। ନବୀନ ସରକାର ୪ କୋଟି ଓଡ଼ିଆଙ୍କ ଭାବନା ସହ ଖେଳୁଛନ୍ତି ବୋଲି ସେ ଉଦ୍ବେଗ ପ୍ରକାଶ କରିଥିଲେ। ନବୀନ ସରକାର ଓଡିଶା ଜନତାଙ୍କୁ ତାମିଲମାନଙ୍କ ଗୋଲାମ କରି ରଖିଛନ୍ତି ଓ ଆଗାମୀ ଦିନରେ ଓଡିଶାକୁ ତାମିଲମାନଙ୍କ ହାତରେ ଟେକିଦେଇ ଓଡିଶାବାସୀଙ୍କ ମୁହଁରୁ ହସ ଛଡ଼ାଇ ନେବାର ଯୋଜନା କରୁଛନ୍ତି ବୋଲି ଚିନ୍ତା ପ୍ରକଟ କରିଥିଲେ।ଗଣଧାରଣାରେ ୫-ଟି ସଚିବଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ନାରାବାଜି ଓ ସରକାର ବିରୋଧୀ ସ୍ଲୋଗାନ୍ ଦିଆଯାଇଥିଲା।

ଏହି ଧାରଣାରେ ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣି, ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ, ଅନୁଗୁଳ ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଯଯାତି ପଟ୍ଟନାୟକ, ଦିଲ୍ଲୀପ ପ୍ରଧାନ, ସଂଯୋଜକ ଦିଲ୍ଲୀପ ଦାସ, ପ୍ରତିମା ମିଶ୍ର, ପ୍ରଭାତ ପ୍ରଧାନ, ତପନ ମହାପାତ୍ର, ସଂଘମିତ୍ରା ପ୍ରଧାନ, ସରିତା ମିଶ୍ର, କୈଳାସ ପ୍ରଧାନ, ନିରଞ୍ଜନ କର, ଚନ୍ଦ୍ରକାନ୍ତ ଧଳ, ଦୁଃଖବନ୍ଧୁ ସାହୁ, ରବିନାରାୟଣ ମହାରଣା, ସ୍ମୃତି ପଟ୍ଟନାୟକ, ସୁଦିପ ସାଇଁ, ପ୍ରହଲ୍ଲାଦ ସାହୁ, ପ୍ରଦିପ ନାଏକ, ପୁରୁଷୋତ୍ତମ ନାଏକ, ଦୟାନିଧି ଦାସ, ମଙ୍ଗରାଜ ସାହୁ, ରୋଜାଲିନ୍ ଦାସ, ବିଭିଷଣ ସାହୁ ଓ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Share

Leave a Reply