ବ୍ଲକ ସ୍ତରୀୟ କବାଡ଼ି ଓ ଖୋ ଖୋ ପ୍ରତିଯୋଗିତା

You are currently viewing ବ୍ଲକ ସ୍ତରୀୟ କବାଡ଼ି ଓ ଖୋ ଖୋ ପ୍ରତିଯୋଗିତା

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ପବିତ୍ର ମୋହନ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ପରିସରରେ ବ୍ଲକ ସ୍ତରୀୟ କବାଡି ଓ ଖୋ ଖୋ ପ୍ରତିଯୋଗିତା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପାଲଲହଡ଼ା ବିଧାୟକ ଅଶୋକ କୁମାର ମହାନ୍ତି ଓ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସିଦ୍ଧି ପ୍ରସାଦ ସାହୁ ଯୋଗଦେଇ କ୍ରୀଡାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

କଣିହାଁ ବ୍ଲକର ୩୪ ଟି ଉଚ୍ଚ ବିଦ୍ୟାଳୟରୁ ମୋଟ ୮୫ ଜଣ ଖେଳାଳି ଏଥିରେ ଭାଗ ନେଇଥିଲି। ୧୫ ଜଣ କ୍ରୀଡା ଶିକ୍ଷକ ଏହି ଖେଳ ପରିଚାଳନା କରି ଉତ୍କୃଷ୍ଟ ଖେଳାଳୀ ମାନଙ୍କୁ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ପାଇଁ ମନୋନୀତ କରିଥିଲେ।

Share

Leave a Reply